ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇ. ସି .ସି)ପୁନର୍ଗଠିତ ଓ ପ୍ରଥମ ବୈଠକ ଅନୁଷ୍ଠିତ...
ବରଗଡ଼,୨୨/୦୭ : ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇ ସି ସି )ପୁନର୍ଗଠିତ ହେବା ସହ ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
Ad..
ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ, ପ୍ରିଜାଇଡିଂ ଅଫିସର ,ଶିକ୍ଷୟିତ୍ରୀ ସୁନୀତା ମିଶ୍ର ଓ ଜ୍ୟୋତି ବେହେରା ସଦସ୍ୟା ରହିଥିବା ବେଳେ...
Ad..
ସମାଜ ସେବୀ ସଂଘମିତ୍ରା ପଟେଲ ସ୍ବେଚ୍ଛାସେବୀ ସଂଗଠନ ର ସଦସ୍ୟା ଭାବେ କମିଟି କୁ ସର୍ବ ସମ୍ମତି କ୍ରମେ ୪ ଜଣ ସଦସ୍ୟା ମନୋନୀତ ହୋଇଥିଲେ ।ଏଥି ସହିତ ବିଦ୍ୟାଳୟ ର ମହିଳା ଶିକ୍ଷୟିତ୍ରୀ ମାନେ ମଧ୍ୟ ଏହି କମିଟି ର ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି ।
Ad..
ତେବେ ପୁନର୍ଗଠିତ ହେବା ପରେ କମିଟି ର ପ୍ରଥମ ବୈଠକ ରେ ଶ୍ରୀମତୀ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ସମାଜ ସେବୀ ସଂଘମିତ୍ରା ପଟେଲ କମିଟି ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।
କର୍ତ୍ତବ୍ୟ ରତ ଯେ କୌଣସି ମହିଳା କର୍ମଚାରି ହୁଅନ୍ତୁ ଅବା ଛାତ୍ରୀ ନିଜକୁ ଯଦି ଅସୁରକ୍ଷିତ ବା ଯୌନ ଶୋଷଣ ର ଶିକାର ହେଉଥିବା ଅନୁଭବ କରନ୍ତି ତାହେଲେ କମିଟି ପାଖରେ ଅଭିଯୋଗ କରି ପାରିବେ ବୋଲି ଉଲ୍ଲେଖ କରି ପୀଡ଼ିତା ଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ କମିଟି ପଦକ୍ଷେପ ନେବ ବୋଲି ଉଲ୍ଲେଖ କରିଥିଲେ ।
ଏହି ଅବସର ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଓ ମହିଳା କର୍ମ ଚାରି ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଉପସ୍ଥିତ ରହିଥିଲେ ।
Report : Bijay ku sahu
Edited by k.s thakur...




