ଗାଡି ମାଲିକାଣୀଙ୍କ ସହ ଅନ୍ତରଙ୍ଗ ଫଟୋ ପୋଷ୍ଟ କରି ଡ୍ରାଇଭରଙ୍କ ଆତ୍ମହତ୍ୟା ! ...
ସଇଁତଳା, ୨୨/୦୭ : ଗାଡି ମାଲିକାଣୀଙ୍କ ସହ ଅନ୍ତରଙ୍ଗ ଫଟୋ ପୋଷ୍ଟ କରି ଡ୍ରାଇଭରଙ୍କ ଆତ୍ମହତ୍ୟା। ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର।
Ad..
ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କରେଲଧୁଆ ରେଲୱେ ଓଭରବ୍ରିଜ୍ ନିକଟରେ ଥିବା ରେଳ ଲାଇନ କଡ଼ରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଟିଙ୍କୁ ସେଠ୍ ବୋଲି ଜଣାପଡ଼ିଛି ।
Ad..
ସୂଚନାନୁଯାୟୀ, ଟିଙ୍କୁ ସେଠ୍ ସଇଁତଳା ଅଞ୍ଚଳର ଏକ ମେଡିସିନ ଦୋକାନ ମାଲିକଙ୍କ ଗାଡି ଚଲାଉଥିଲେ। କୌଣସି କାରଣରୁ ତାଙ୍କୁ କାମରୁ ବାହାର କରି ଦିଆଯାଇଥିଲା।
Ad..
ମଙ୍ଗଳବାର କରେଲଧୁଆ ରେଲୱେ ଓଭରବ୍ରିଜ୍ ନିକଟରେ ଥିବା ରେଲୱେ ଲାଇନ କଡ଼ରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ଟିଙ୍କୁଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ମୃତ୍ୟୁ ପୂର୍ବରୁ ଟିଙ୍କୁ ଗାଡି ମାଲିକଙ୍କ ସ୍ତ୍ରୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଏବେ ନାନା ଚର୍ଚ୍ଚା ଆଲୋଚନା ହେଉଛି । ପରକୀୟା ପ୍ରୀତି ଯୋଗୁଁ ଟିଙ୍କୁ ଜୀବନ ହାରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
Edited by k.s thakur...




