ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ ; ୧୬ ଆକ୍ରାନ୍ତ, ୬ ଗୁରୁତର...

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ ; ୧୬ ଆକ୍ରାନ୍ତ, ୬ ଗୁରୁତର...


ସିନାପାଲି,୨୩/୦୭ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ପାର୍ବତ୍ୟ ଅଞ୍ଚଳ ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ ଦେଖାଯାଇଛି। ଡାଇରିଆ ଯୋଗୁଁ ଗ୍ରାମର ୧୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି।

      Ad..


ଗୁରୁତର ଆକ୍ରାନ୍ତ ଙ୍କୁ ଦୁଇ ଜଣ ଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି।ନଙ୍ଗଲବୋର୍ଡ ରେ ତିନି ଦିନ ଧରି ଝାଡ଼ାବାନ୍ତି ବ୍ୟାପିଛି।

     Ad..


ସିନାପାଲି  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆମ୍ବୁଲାନ୍ସ ଦ୍ବାରା ଆକ୍ରାନ୍ତ ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଅଛି।  ସ୍କୁଲ ଛାତ୍ର ଛାତ୍ରୀ ମାନେ ମଧ୍ୟ ଆକ୍ରାନ୍ତ ହୋଇଥିବା ବେଳେ ନଙ୍ଗଲବୋର୍ଡ ଗାଁର ତିନିଟି ସାହି ରେ ଝାଡ଼ା ବାନ୍ତି ବ୍ୟାପିଥିବା ଜଣା ପଡିଛି। 

Ad..


ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ  ଗ୍ରାମ କୁ ଯାଇ ସଚେତନ କରିବା ସହ ମାଗଣା ରେ ଔଷଧ ବଣ୍ଟନ କରିଛନ୍ତି।  ଏହି ସମ୍ପର୍କରେ ଡ଼ାକ୍ତର ପ୍ରତୀପ ପଣ୍ଡା ସିନାପାଲି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରକାଶ କରିଛନ୍ତି।



Edited by k.s thakur...

Post a Comment

Previous Post Next Post