କର୍ମ କ୍ଷେତ୍ର ରେ ମହିଳା ଯୌନ ଉତ୍ପୀଡନ ନିରୋଧ ଆଇନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ...

କର୍ମ କ୍ଷେତ୍ର ରେ ମହିଳା ଯୌନ ଉତ୍ପୀଡନ ନିରୋଧ ଆଇନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ...


ବରଗଡ,୨୩/୦୭ :  ଆଜି ବରଗଡ ପଞ୍ଚାୟତ ମହାବିଦ୍ୟାଳୟ ଠାରେ କର୍ମ କ୍ଷେତ୍ର ରେ ମହିଳା ଯୌନ ଉତ୍ପୀଡନ ନିରୋଧ ଆଇନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

       Ad..


ଏହି ଅବସର ରେ ଅତିରିକ୍ତ ପୋଲିସ ଆରକ୍ଷୀ , ବରଗଡ ଶ୍ରୀମତି ଇନ୍ଦୁରେଖା ପଶ୍ଚିମକବାଟ ମୁଖ୍ୟ ଅତିଥି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ରାଣୀ ନେପାକ,ସମ୍ମାନିତ ଅତିଥି, ଅନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ, ପଂଚାୟତ ମହାବିଦ୍ୟାଳୟ ର ଆଇନ ପରାମର୍ଶଦାତା ଶ୍ରୀ ବିମଳ କୁମାର ଦାଶ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Ad..


ମୁଖ୍ୟ ଅତିଥି ସାଇବର କ୍ରାଇମ ରେ ନିଜେ କିପରି ସୁରକ୍ଷିତ ରହିବା ଆବଶ୍ୟକ ପଡିଲେ କେମିତି ଅଭିଯୋଗ କରିବେ ତା ଉପରେ ନିଜ ବକ୍ତବ୍ୟ ରଖିଥିଲେ, ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀମତୀ ନେପାକ ମହିଳା ସୁରକ୍ଷା ଉପରେ ସରକାର ଙ୍କ ବିଭାଗ ର ଆଭିମୁଖ୍ୟ ଓ ଏହାର ନିରୋଧ ପାଇଁ..
Ad..


ବିଭାଗ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ଉପରେ ନିଜ ମନ୍ତବ୍ୟ ରଖିଥିଲେ, ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ଦାଶ ଏହି ଆଇନ ଗଠନ ର ଉଦ୍ଦେଶ୍ୟ, ଏହାର ବିଭିନ୍ନ ଦିଗ ଓ ଉପକାରିତା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ ଓ ସମସ୍ତେ ଏହା ଉପରେ ଯତ୍ନବାନ ଓ ସଚେତନ ହେବା ନେଇ ଜୋର୍ ଦେଇଥିଲେ।

ଏହି କାର୍ଯ୍ୟକ୍ରମ କୁ କଲେଜ ର ଅଧ୍ୟକ୍ଷ ଡ଼. ନକୁଳ ସେଠ୍ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ର ସଂଯୋଜୀକା ଶ୍ରୀମତୀ ରାଜଶ୍ରୀ ଭଞ୍ଜ ପରିଚାଳନା କରିଥିଲେ , ଶେଷ ରେ ଅନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ର ମୁଖ୍ୟ ଶ୍ରୀମତୀ ସୂର୍ଯ୍ୟକାନ୍ତି ସିକନ୍ଦର ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post