୯ ପରେ ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ୍...
ଭୁବନେଶ୍ଵର,୩୦/୦୭ : ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୯ ପରେ ପୁଣି ଖୋଲିବାକୁ ଯାଉଛି ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ ଓ ବାଦ୍ ପଡ଼ିଥିବା ହିତାଧିକାରୀ କରିବେ ଆବେଦନ। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
Ad..
ଆଜି ଲୋକସେବା ଭବନ ସମ୍ମୀଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କ ପାଇଁ ଆରମ୍ଭ ହୋଇଛି ଦକ୍ଷତା ବିକାଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ।
Ad..
ଏବେ ସୁଦ୍ଧା ୨ଲକ୍ଷ ଆବେଦନ ଖାରଜ ହୋଇଛି। ପୁଣିଥରେ ହେବ ସଠିକ୍ ସର୍ଭେ ହେବ। ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ମହିଳାଙ୍କୁ ବାଦ୍ ଦିଆଯାଇଛି।
Ad..
ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠେଇ ଦିଆଯାଇଛି। ଭତା ପାଇଁ ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ। ଏହି ଆଧାରକୁ ନେଇ ପୁଣି ଥରେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ।
Edited by k.s thakur...
Tags:
Bhubaneswar
deputy cm prabhati parida
latest news
latest update
odisha daily current affairs
Subhadra yojana
update




