କୋର୍ଟରେ ହାଜର ହେଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ...
ମାଲକାନଗିରି,୩୦/୦୭ : ପିଏ ଦେବ ନାରାୟଣ ପଣ୍ଡା ମୃତ୍ଯୁ ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ହାଜର ହେଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ।ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ରହିଛି। ଏସଡିଜେଏମ୍ କୋର୍ଟରୁ ଉପର କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇ ପାରେ ବୋଲି କୁହାଯାଉଛି।
Ad..
ସୂଚନାଯୋଗ୍ୟ. ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ପିଏ ଦେବ ନାରାୟଣ ପଣ୍ଡା ୨୦୧୯ ଡିସେମ୍ବର ୨୭ରେ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ଦିନକ ପରେ ତାଙ୍କର ମୃତଦେହ ସତିଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା।
Ad..
ପୁଲିସ ଦ୍ବାରା ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ବନଜା ଘଟଣାର ବର୍ଷକ ପରେ ଜିଲ୍ଲାପାଳ ମନିଷ ଓ ତିନି ଜଣ ଅନ୍ୟ କର୍ମଚାରୀଙ୍କ ଦ୍ବାରା ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା।
Ad..
ସ୍ବର୍ଗତ ପଣ୍ଡାଙ୍କ ପରିବାର ପକ୍ଷରୁ ଏସ୍ଡିଜେଏମ୍, ମାଲକାନଗିରି କୋର୍ଟରେ ମାମଲା ରୁଜୁ କରାଯାଇ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଥିଲା।
ଏସ୍ଡିଜେଏମ୍ ମାଲକାନଗିରିଙ୍କ ଦ୍ବାରା ଶ୍ରୀ ଅଗ୍ରୱାଲ ଓ ତିନି ଜଣ ଷ୍ଟାଫ୍ଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୫୦୬, ୨୦୧ ଓ ୨୦୪ ଧାରାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିମ୍ନ କୋର୍ଟର ଆଦେଶକୁ ଶ୍ରୀ ଅଗ୍ରୱାଲ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ।
ହାଇକୋର୍ଟ ଧାରା ୩୦୨ ହତ୍ୟା ଅଭିଯୋଗକୁ ଖାରଜ କରିଦେଇଥିଲେ। ମାମଲାରେ ଧାରା ୩୦୬ (ଆତ୍ମହତ୍ୟାକୁ ଉସ୍କାଇବା) ଅନ୍ତର୍ଗତ ନିମ୍ନ ଅଦାଲତଙ୍କୁ ବିଚାରକୁ ନେଇ ଏହାର ବିଚାର ପ୍ରକ୍ରିୟା ଆଠ ମାସରେ ଶେଷ କରିବା ପାଇଁ ଆଦେଶ ଦେଇଥିଲେ।
ହାଇକୋର୍ଟଙ୍କ ଦ୍ବାରା ଧାରା ୩୦୬କୁ ଖାରଜ କରିବା ସହିତ ତାଙ୍କ ବିରୋଧରେ ଟ୍ରାଏଲ୍କୁ ରଦ୍ଦ କରିବା ପାଇଁ ଶ୍ରୀ ଅଗ୍ରୱାଲ ସୁ୍ପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ମୃତକ ପଣ୍ଡାଙ୍କ ପତ୍ନୀ ବନଜା ୩୦୨(ହତ୍ୟା) ଧାରାରେ ବିଚାର ପାଇଁ ମଧ୍ୟ ଏସ୍ଏଲ୍ପି ଦାଖଲ କରିଥିଲେ।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବା ସହ ଦୁଇ ପକ୍ଷଙ୍କ ଦ୍ବାରା ଦାଖଲ କରାଯାଇଥିବା ଏସ୍ଏଲ୍ପିକୁ ଖାରଜ କରିଦେଇଥିଲେ। ଯାହା ଫଳରେ ଶ୍ରୀ ଅଗ୍ରୱାଲ ବିଚାର ପ୍ରକ୍ରିୟାରେ ସମ୍ମୁଖୀନ ହେବାର ପଥ ପରିଷ୍କାର ହୋଇଯାଇଥିଲା।
ପରେ ଆଇଏଏସ୍ ମନିଷ ଅଗ୍ରୱାଲଙ୍କୁ ବଡ଼ ଆସ୍ୱସ୍ତି ମିଳିଥିଲାତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କୁ ସୁପ୍ରିମକୋର୍ଟ ନିୟମିତ ଜାମିନ ପ୍ରଦାନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ମନିଷଙ୍କ ସମେତ ଭି. ବେଣୁ ଓ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ମଧ୍ୟ ନିୟମିତ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ମେ ୨୮ ତାରିଖରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।
Edited by k.s thakur...
Tags:
court hearing
former collector
latest news
latest update
malkangiri
Manish agrawal
odisha daily current affairs




