ଡିଲିଭରୀ ବଏଙ୍କ ପାଇଁ ଆଡଭାଇଜରୀ ଜାରି କଲା ପରିବହନ ବିଭାଗ...
ଭୁବନେଶ୍ବର,୩୧/୦୭ : ଡେଲିଭରୀ ବଏଙ୍କ ପାଇଁ ଆସିବ ଆଡଭାଇଜରି। ଦୃତ ଗତିରେ ଗାଡ଼ି ଚଳାଇବାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ। ଜଲଦି ପାର୍ସଲ ପହାଞ୍ଚାଇବା ପାଇଁ ଡେଲିଭରି ବଏଙ୍କ ମଧ୍ୟରେ ରିତିମତ ପ୍ରତିଯୋଗିତା ଚାଲିଛି ।
Ad..
ତାହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନରେ ଉଲ୍ଲଙ୍ଘନ କରୁଛନ୍ତି । ଦୃତ ଗାଡ଼ିଚାଳନା ଯୋଗୁଁ ରାସ୍ତାରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Ad..
ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା। ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟ ଫିକ୍ସ ନ କରିବା ପାଇଁ ସମ୍ପୃକ୍ତ ସଂସ୍ଥା ସଚେତନ ହେବାକୁ ମଧ୍ୟ ତାଗିଦ କରାଯାଇଛି।
Ad..
ଗ୍ରାହକଙ୍କୁ ଖୁସି କରାଇବା ପାଇଁ ହୋମ୍ ଡେଲିଭରୀ କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦିନକୁ ଦିନ ବଢ଼ିବାରେ ଲାଗିଛି।
Ad..
କିଏ କେତେ ଶୀଘ୍ର ପାର୍ସଲ ଡେଲିଭରୀ କରିପାରିବ ସେନେଇ ମଧ୍ୟ ଡେଲିଭରୀ ବଏ ମାନେ ଦୃତ ଗତିରେ ବାଇକ ଚଳାଉଛନ୍ତି। ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି।
Edited by k.s thakur...
Tags:
advisory
Bhubaneswar
delivery boy
latest news
latest update
odisha daily current affairs
transport department





