କଣ୍ଟାବାଞ୍ଜି ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...
କଣ୍ଟାବାଞ୍ଜି,୩୧/୦୭ : ଆଜି କଣ୍ଟାବାଞ୍ଜି ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ଷଡ଼ଙ୍ଗୀ ଅବସର ଗ୍ରହଣ କରିଛନ୍ତି।
Ad..
ଏହି ଉବସରରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ତରଫ ରୁ ଏକ ଭବ୍ୟ କାର୍ଯ୍ୟକ୍ରମ ସ୍ଥାନୀୟ ନୋଡାଲ ସ୍କୁଲ୍ ରେ ଅନୁଷ୍ଠିତ ହୋଇଯାଇଅଛି।
Ad..
ଉକ୍ତ କାର୍ଯ୍ୟକ୍ରମ ରେ ତୁରେକେଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ପଟେଲ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇ ଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଓ ଜଗବନ୍ଧୁ ମାଝୀ ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ।
Ad..
ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାପତିତ୍ବ କରିଥିବା ବେଳେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର କର୍ମୀ ଦୀନେଶ ମହାନନ୍ଦ ଓ ଶିକ୍ଷୟିତ୍ରୀ ଅଞଳୀ ମାଝୀ ମଞ୍ଚ ପରିଚାଳନା କରିଥିଲେ।
Ad..
ଜୟନ୍ତୀ ଷଡ଼ଙ୍ଗୀ ଦିଦି ୩୮ବର୍ଷ ଶିକ୍ଷକତା କଲା ପରେ ଅବସର ଗ୍ରହଣ କରିଥିଲେ। ସମସ୍ତେ ତାଂକ ଚାକିରି କାଳ କୁ ବଖାଣି ଥିଲେ। ଉକ୍ତ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଂକୁ ପେନସନ କାଗଜ ପତ୍ର ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣ ଲତା ଦାସ, ନିରୁପମା ମିଶ୍ର, ସବିତା ରଣା, ବୀଣାପାଣି ଦାଶ, ଲାବନ୍ୟା ବତୀ ଧରୁଆ , ସଂଘମିତ୍ରା ପାଣିଗ୍ରାହୀ, ଶାନ୍ତି ଲତା ଭୋଇ, ସୁଭାଷିନୀ ମେହେର ଓ ସାଧନ କେନ୍ଦ୍ର ର ସମୂହ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।
Edited by k.s thakur...





