ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯୁବକ, ଧରିଲା ପୋଲିସ...
ପୁରୀ,୨୯/୦୭ : ଶ୍ରୀମନ୍ଦିର ଭିତରକୁ ଚଷମାରେ ହିଡେନ୍ କ୍ୟାମେରା ନେଇ ଯିବା ବେଳେ ଧରାପଡିଲା ଯୁବକ। ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ମନ୍ଦିର ଭିତରକୁ ପ୍ରଵେଶ କରୁଥିବା ବେଳେ ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଯୁବକଙ୍କୁ ଧରିଲା ପୋଲିସ। ଯୁବକ ଜଣକ ପୁରୀ ଗଜପତି ନଗରର ଅଭୀଷିତ କର ବୋଲି ଜଣାପଡିଛି।
Ad..
ଅନ୍ୟପଟେ ଶ୍ରୀମନ୍ଦିର ଚାରି ଦ୍ଵାରରେ କଡ଼ା ସୁରକ୍ଷା ଏବଂ ଚେକିଂ ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ଏହି ଯୁବକ ଜଣକ କ୍ୟାମେରା ନେଲେ କିପରି ତାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Ad..
ସୂଚନା ଯୋଗ୍ୟ; ପୁରୀ ଗଜପତି ନଗରର ଅଭୀଷିତ କର ନାମକ ଜଣେ ଯୁବକ ନିଜ ଚଷମାର ଲେନ୍ସରେ ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା।
Ad..
ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା । ଏହାପରେ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ତାକୁ ସିଂହଦ୍ୱାର ଥାନାର କଣ୍ଟ୍ରୋଲ ରୁମ ଜିମା ଦେଇଛନ୍ତି ।
ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଯୁବକଙ୍କ କେଉଁ ଉଦ୍ଦେଶ୍ୟ ମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇଥିଲେ ତାହା ଜଣାପଡ଼ିନାହିଁ ।
Edited by k.s thakur...




