ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ...
ଢେଙ୍କାନାଳ,୨୯/୦୭ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Ad..
ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ।ଆଜି ପୂର୍ବାହ୍ନରେ ନିରଞ୍ଜନ ଟାଉନ ଥାନାରେ ପହଞ୍ଚିଥିଲା। ପୁଲିସ ପଚରାଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ।
Ad..
ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣାଯାଇପାରେ ବୋଲି ଏସପି ଅଭିନବ ସୋନକର କହିଛନ୍ତି। ଅଭିଯୁକ୍ତ ନିରଞ୍ଜନ ୨୦୨୧ ମସିହାରେ ମଧ୍ୟସ୍ତି ଭାବେ ମନ୍ତ୍ରୀଙ୍କୁ ଜମି ବିକ୍ରି କରିବାକୁ କହି ୨୫ ଲକ୍ଷ ଟଙ୍କା ନେଇଥିଲେ।
Ad..
୪ ବର୍ଷ ହେଲା ଜମି ବିକ୍ରି କରିନଥିଲେ । ଟଙ୍କା ଫେରାଇ ଦେବାକୁ କହିବା ପରେ ବାରମ୍ବାର ତାରିଖ ଗଡାଇ ଚାଲିଥିଲେ। ଦେଇଥିବା ୨ଟି ଚେକ୍ ବାଉନ୍ସ ହୋଇଯାଇଥିଲା। ଶେଷରେ ଠକାମିର ଶିକାର ହୋଇ ମନ୍ତ୍ରୀ ଶ୍ରୀ ପାତ୍ର ରବିବାର ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।
Edited by k.s thakur...
Tags:
cheater arrested
Dhenkanal
latest news
latest update
minister krushna Chandra patra
odisha daily current affairs




