ପୂର୍ତ୍ତ ବିଭାଗ କାମରେ ଲାଗିବ AI: ପୃଥ୍ବୀରାଜ ହରିଚନ୍ଦନ...
ଭୁବନେଶ୍ଵର,୨୯/୦୭ : ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍ ବ୍ୟବହାର ହେବ । ଏ ନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ।
Ad..
ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍ଲାଇନ କରିବ ପୂର୍ତ୍ତ ବିଭାଗ । ଆଉ ପ୍ରକଳ୍ପ ଶେଷ ହେବାରେ ବିଳମ୍ୱ ହେବ ନାହିଁ । ପୂର୍ବରୁ ଦୁଇରୁ ଅଢେଇ ମାସ ଲାଗୁଥିବା ବିଡ୍ ମୂଲ୍ୟାଙ୍କନ ପ୍ରକ୍ରିୟା ଏକ ସପ୍ତାହ ଭିତରେ ହୋଇପାରିବ ।
Ad..
ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅନ୍ଲାଇନ ଆପ୍ଲିକେସନ୍ କରିବା ପାଇଁ କାମ ଆରମ୍ଭ ହୋଇଛି । ଏ ନେଇ ଗତକାଲି ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ କାମ ଅଧିକ ତ୍ୱରାନ୍ୱିତ ହେବ ଏବଂ ଶୀଘ୍ର ସରିବ।
Ad..
ତେବେ ପ୍ରକଳ୍ପର ବିଡ୍ ଦାଖଲ ହେଲା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, ବୈଷୟିକ ବିଡ୍ ଏବଂ ଆର୍ଥିକ ବିଡ୍ର ତୁଳନା କରିବା, ପ୍ରତିକ୍ରିୟାଶୀଳ ବିଡ୍ ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡରର ମୂଲ୍ୟାଙ୍କନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ଏଆଇ ଆଧାରିତ ସଫ୍ଟଓୟାରରେ ମନିଟର କରାଯିବ ।
Edited by k.s thakur...
Tags:
AI
Bhubaneswar
construction department
latest news
latest update
minister prithviraj harichandan
odisha daily current affairs
very soon




