ଚାଷୀର ହକ ବିହନ କୁ ସରକାର ବିଦେଶୀ ହାତରେ ଟେକି ଦିଅଁନ୍ତୁ ନାହିଁ ; ଭାରତୀୟ କିସାନ ସଂଘ...
ବରଗଡ଼,୧୪/୦୭ : ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବଦ୍ରିନାରାୟଣ ଚୌଧୁରୀ ଙ୍କ ଅଧକ୍ଷତା ଓ ରାଷ୍ଟ୍ରୀୟ ମହାମନ୍ତ୍ରୀ ମୋହିନୀ ମୋହନ ମିଶ୍ର ଙ୍କ ସଂଚାଳନ ରେ ତିନି ଦିନ ବ୍ୟାପି ଭୁବନେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ହଲ ରେ ଭାରତ ବର୍ଷର ସମସ୍ତ ରାଜ୍ୟର ୧୭୦ ଜଣ ପ୍ରତିନିଧି ଙ୍କ ଯୋଗଦାନ ରହିଥିଲା।
Ad..
ଚଳିତ ବଜେଟରେ କୃଷି ଓ କୃଷକଙ୍କ ପାଇଁ ନିର୍ଦ୍ଧ।ରିତ ହୋଇଥିବା ନୀତି , ଭବଷ୍ୟତର ରଣନୀତି ଓ ଅନ୍ୟାନ୍ୟ ବହୁ ବିଷୟ ଉପରେ ଆଲୋଚନା ପରେ ନିମ୍ନ ପ୍ରସ୍ତାବ ଗୃହୀତ ହୋଇ ଥିଲା।
Ad..
୧- ଚାଷୀଙ୍କ ହିତରେ ହେଉ ବିହନ ନିୟମ ...
କୃଷି ଏକ କ୍ରମାଗତ ପ୍ରକ୍ରିୟା , କୃଷିର ମୂଳରେ ଭୂମି , ଜଳ ଓ ବିହନ ଅର୍ଥାତ ବିହନ ବିନା ଚାଷ କାର୍ଯ୍ୟ ଅସମ୍ଭବ ।୧୯୬୬ ମସିହାରେ ବିହନ ନିୟମ ଲାଗୁ ହେଲା। ୨୦୦୪ ରେ ଏକ ଅଧିନିୟମ ଅଣାଗଲା , ଯାହା ଚାଷୀ ହିତରେ କମ , କମ୍ପାନୀ ହିତରେ ଥିଲା।
Ad..
ଭାରତୀୟ କିସାନ ସଂଘର ବାରମ୍ବାର ପ୍ରତିବାଦ ଯୋଗୁ ଏହା ନିୟମ ହୋଇ ପାରିଲା ନାହିଁ । ପୁନର୍ବାର ୨୦୧୯ଏହାକୁ ଅଣାଗଲା ଯାହାକି ସମ୍ପୂର୍ଣ ଚାଷୀ ହିତୈଷୀ ନଥିଲା। ଆଜି ବିହନ ବଜାର ୧୫୦୦୦କୋଟିରୁ ଉର୍ଧ୍ଵ ଥିବାବେଳେ ଚାଷୀ ଆଜି ବି ହତାଶ।
ବିହନ ଚାଷୀର ଅଧିକାର। ଏଥିପାଇଁ କେନ୍ଦ୍ରସରକାରଙ୍କ ପାଖରେ ଭାରତୀୟ କିସାନ ସଂଘ ଏହି ଦାବି ଉପସ୍ଥାପନ କରୁଛି ଯେ ଏଭଳି ଏକ ନିୟମ ଆଣନ୍ତୁ , ଯେମିତି ବିହନ ନାମରେ ଚାଲିଥିବା ଶୋଷଣ ପ୍ରକ୍ରିୟା ବନ୍ଦ ହେଉ।ବିହନ ସୁଲଭ ଦରରେ ଚାଷୀଙ୍କୁ ଉପଲବ୍ଧ କରାଯାଉ।
ଚାଷପାଇଁ ଯେଉଁ ଵିହନ ଉପଲବ୍ଧ ତାହାର ମୂଳ ଉତ୍ସ ଜାଣିବା ପାଇଁ ସୁବିଧା କରାଯାଉ ତଥା କୃଷି ଜଳବାୟୁକୁ ଅନୁଧ୍ୟାନ କରି ଉପଯୁକ୍ତ ବିହନ ବିତରଣ କରାଯାଉ।ଏଥିପାଇଁ ଭାରତୀୟ କିସାନ ସଂଘର ଅଖିଳ ଭାରତୀୟ ପ୍ରବନ୍ଧ ସମିତି ବୈଠକ ଭୁବନେଶ୍ୱର , ଓଡିଶା ଠାରେ ଏହି ପ୍ରସ୍ତାଵ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଦାବି କରିବ।
୨- ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଚାଷୀଙ୍କ ହିତ ଆଢୁଆଳରେ ସନ୍ଦେହପୁର୍ଣ ସହଭାଗିତାରୁ ଦୁରେଇ ରହୁ..
କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR ) ସର୍ବୋଚ୍ଚ ସାର୍ବଜନିକ କୃଷି ଶିକ୍ଷା ଅନୁଷ୍ଠାନ ଏବଂ କୃଷି ଜନିତ ପ୍ରଚାର ପ୍ରସାରର ମାଧ୍ୟମ।ଏଥିରେ ବିଶ୍ୱରେ ସର୍ବାଧିକ କୃଷି ବୈଜ୍ଞାନିକ ଏବଂ ମାର୍ଗଦର୍ଶନ ପାଇଁ ଦେଶବ୍ୟାପି ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ମଜଭୁତ ଶାଖା ରହିଛି।
ଏତେ ସକ୍ଷମ ହୋଇଥାଇ ମଧ୍ୟ ୨୦୨୩ରୁ ନିରନ୍ତର ଅମାଜ଼ନ , ଧନୁକା , ବ୍ୟାୟର, କରମଣ୍ଡଳ ଭଳି ପ୍ରାଇଭେଟ କମ୍ପନୀଙ୍କ ଠାରୁ ଚାଷୀ ମାନଙ୍କୁ କୃଷି ଜନିତ ଉପଦେଶ , ମାର୍ଗଦର୍ଶନ , ଜ୍ଞାନ କୌଶଳ ଆଦି ଏବଂ ସଦ୍ୟ କୃଷି ବ୍ୟାପାର ସମ୍ବନ୍ଧ ପାଇଁ ନିର୍ଭର ଏବଂ ଏମୟୁ କରାଯାଉଛି।
ଭାରତୀୟ ସମ୍ବିଧାନ ହିସାବରେ କୃଷି ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାର ଅଟେ , କଣ ଏଥିପାଇଁ ରାଜ୍ୟ ସରକାର ମାନଙ୍କ ସହ ବିଚାର , ବିମର୍ଷ ଭଳି ଲୋକତାନ୍ତ୍ରିକ ପଦ୍ଧତିରେ ସାର୍ବଜନିକ ନୀତି ନିଦ୍ଧରଣ ହୋଇଛି କି ,ICAR ୱୟର କମ୍ପାନୀରୁ କଣ ଶିଖିଵ ଯେ ଆମର ବୈଜ୍ଞାନିକମାନେ ବିକଶିତ କରିପାରିବେ ନାହିଁ ?
କିସମ କିସାନ ସଂଘ ପାଖରେ କୃଷି ଓ କୃଷକ ର ଏମିତି କିଭଳି ଉପଦେଶ ବାୟର କମ୍ପାନୀ ଦେବ ଯେ ଏହା ତାହାର ବ୍ୟବସାୟିକ ଲାଭରୁ ଉର୍ଧ୍ଵରେ ରହିବ ?
ଏଥିପାଇଁ ଭାରତୀୟ କିସାନ ସଂଘର ଅଖିଳ ଭାରତୀୟ ପ୍ରବନ୍ଧ ସମିତି ବୈଠକ ଭୁବନେଶ୍ୱର , ଓଡିଶା ଠାରେ ଏହି ପ୍ରସ୍ତାଵ ପାରିତ ହେଲା
1- ICAR ଦ୍ୱରା ନିଆଯାଇଥିବା ଉପୋରକ୍ତ ସନ୍ଦେହପୂର୍ଣ୍ଣ କଣ୍ଟ୍ରାକ୍ଟ କୁ ବରଖାସ୍ତ କରାଯାଉ।
2- ପାଇଲଟ ପ୍ରୋଜେକ୍ଟ ରିପୋର୍ଟ ସହିତ , ଦସ୍ତଖତ ଅଭିଯାନ ସହ ସମସ୍ତ ବିବରଣୀକୁ ସର୍ବଜନୀନ କରାଯାଉ।
3- ବ୍ୟାପକ ଅନୁଚିନ୍ତନ ଓ ତର୍କ ବିନା ଭବିଷ୍ୟତରେ ଏଭଳି କୌଣସି ପଦକ୍ଷେପ ନିଆନଯାଉ ?
4- ଉପୋରକ୍ତ ବିଷୟରେ ବିସ୍ତୁତ ଭାବେ ଯାଞ୍ଚ କରାଯାଇ ଏଥିରେ ଲିପ୍ତ ଅଧିକାରୀମାନଙ୍କୁ ଦଣ୍ଡବିଧାନ କରାଯାଉ।
5- କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ସାର୍ବଜନିକ ସର୍ବୋଚ୍ଚ ଅନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପରିମାଣର ସମ୍ବଳ ଦେବା ଉଚିତ।
ବରଗଡ଼ ଜିଲ୍ଲା ରୂ ପ୍ରଦେଶ ସଭାପତି ଶ୍ରୀମୁଖ ପ୍ରଧାନ, ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର, ସୁଦାମ ଦାଶ,ଗୋପାଳ ରାଉଳ, ରାଜେଶ ପ୍ରଧାନ ସୁଦାମ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...




