ଡ୍ରାଇଭର ମହାସଙ୍ଘ ର ଷ୍ଟେରିଙ୍ଗ ଛାଡ଼ ଡାକରା ; ଆନ୍ଦୋଳନ ରେ ବରଗଡ଼ ଜିଲ୍ଲା ସାମିଲ, ବ୍ୟାପକ ପ୍ରଭାବ...
ବରଗଡ଼,୦୮/୦୭ : ଓଡିଶା ଡ୍ରାଇଭର ମହାସଂଘ ଆଜିଠୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛି। ଏହାକୁ ସମର୍ଥନ ଜଣାଇ ଡ୍ରାଇଭରମାନେ ଆନ୍ଦୋଳନ କୁ ଓହ୍ଲେଇଥିବାରୁ ଜିଲ୍ଲା ବ୍ଯାପୀ ପ୍ରଭାବ ଦେଖାଯାଇଛି।
Ad..
ଆନ୍ଦୋଳନ ପାଇଁ ଜିଲ୍ଲାର ଅନେକ ସ୍ଥାନରେ ବସ ସେବା ପ୍ରାୟ ଠପ୍ ହୋଇଯାଇଛି। ଯାତ୍ରୀମାନେ ସମସ୍ୟା ରେ ପଡ଼ିଛନ୍ତି ଏହାର ବିକଳ୍ପ କିଛି ଯାତ୍ରା ସୂବିଧା ନ ମିଳିବାରୁ ଗମନାଗମନ ରେ ଅସୁବିଧା ଦେଖା ଦେଇଛି।
Ad..
ବରଗଡ଼ ଜିଲ୍ଲା ରୁ ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲ୍ଲା ସମେତ ଛତିଶଗଡ଼ କୁ ଯିବାଆସିବା କରୁଥିବା ବସ୍ ବନ୍ଦ ରହିଛି। ଡ୍ରାଇଭର ମହାସଂଘ ଆନ୍ଦୋଳନ ଡ଼ାକରା ଦିଆଯାଇଥିବାରୁ ଚାରିଚକିଆ ଯାନ ରେ ମଧ୍ୟ ପ୍ରଭାବ ଦେଖାଦେଇଛି।
Ad..
ଜିଲ୍ଲା ରୁ ପଦ୍ମପୁର ପାଇକମାଳ ଅମ୍ବାଭନା ଭେଡେନ ବରପାଲି ସମେତ ବଲାଙ୍ଗୀର ସମ୍ବଲପୁର ନୂଆପଡ଼ା ଅଂଚଳ କୁ ଘରୋଇ ବସ ସେବା ବନ୍ଦ ରହିଛି।
ଡ୍ରାଇଭର ମହାସଂଘର ନେତାମାନେ କହିଛନ୍ତି ଯେ ସରକାର ତାଙ୍କର ଦାବି ପୂରଣ କରିପାରିନଥିବାରୁ ଏହି କଠୋର ପଦକ୍ଷେପ ନିଆଯାଇଛି। ସେମାନେ କହିଛନ୍ତି ଯେ ଦାବି ମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଓ ଜାତୀୟ ରାଜପଥର ଯାଉଥିବା ସମସ୍ତ ଯାନବାହନ କୁ ଅଟକାଯାଇ ଆନ୍ଦୋଳନ କରାଯିବ।
Report : Bijay ku sahu
Edited by k.s thakur...
Tags:
Bargarh
bolangir daily current affairs
driver union strike
latest news
latest update
odisha daily current affairs




