କଣ୍ଟାବାଞ୍ଜି ଡ୍ରାଇଭର ମହାସଙ୍ଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ, ବ୍ୟାପକ ପ୍ରଭାବ...
କଣ୍ଟାବାଞ୍ଜି,୦୮/୦୭ : ଓଡିଶା ଡ୍ରାଇଭର ମହାସଂଘ ଆଜିଠୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛି। ଏହାକୁ ସମର୍ଥନ ଜଣାଇ ଡ୍ରାଇଭରମାନେ ଆନ୍ଦୋଳନ କୁ ଓହ୍ଲେଇଥିବାରୁ ରାଜ୍ୟ ବ୍ଯାପୀ ପ୍ରଭାବ ଦେଖାଯାଇଛି।
Ad..
ଆନ୍ଦୋଳନ ପାଇଁ ରାଜ୍ୟ ତଥା ଜିଲ୍ଲାର ଅନେକ ସ୍ଥାନରେ ବସ ସେବା ପ୍ରାୟ ଠପ୍ ହୋଇଯାଇଛି। ଯାତ୍ରୀମାନେ ସମସ୍ୟା ରେ ପଡ଼ିଛନ୍ତି ଏହାର ବିକଳ୍ପ କିଛି ଯାତ୍ରା ସୂବିଧା ନ ମିଳିବାରୁ ଗମନାଗମନ ରେ ଅସୁବିଧା ଦେଖା ଦେଇଛି।
Ad..
ବଲାଙ୍ଗୀର ଜିଲ୍ଲା ରୁ ବିଭିନ୍ନ ବ୍ଲକ ଓ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କୁ ଯିବାଆସିବା କରୁଥିବା ବସ୍ ସେବା ବନ୍ଦ ରହିଛି। ଡ୍ରାଇଭର ମହାସଂଘ ଆନ୍ଦୋଳନ ଡ଼ାକରା ଦିଆଯାଇଥିବାରୁ ଚାରିଚକିଆ ଯାନ ରେ ମଧ୍ୟ ପ୍ରଭାବ ଦେଖାଦେଇଛି। ଜିଲ୍ଲା ରୁ ନୂଆପଡ଼ା, ବରଗଡ଼, କଳାହାଣ୍ଡି ସମେତ ସମ୍ବଲପୁର ଅଂଚଳ କୁ ଘରୋଇ ବସ ସେବା ବନ୍ଦ ରହିଛି।
Ad..
କଣ୍ଟାବାଞ୍ଜି ରେ ମଧ୍ୟ ବ୍ୟାପକ ପ୍ରଭାବ ଦେଖିବା କୁ ମିଳିଛି। ସ୍ଥାନ ସ୍ଥାନରେ କଣ୍ଟାବାଞ୍ଜି ଡ୍ରାଇଭର ମହା ସଂଘ୍ ପକ୍ଷରୁ ଧାରଣା ଦିଆ ଯିବା ସହିତ ରାଜ୍ୟ ଭିତର ଗାଡି ଗୁଡିକୁ ଅଟକ ରଖା ଯାଇ କିଛି ସମୟ ପରେ ଛଡ଼ା ଯାଉଛି।
ଡ୍ରାଇଭର ମହାସଂଘର ନେତାମାନେ କହିଛନ୍ତି ଯେ ସରକାର ତାଙ୍କର ଦାବି ପୂରଣ କରିପାରି ନ ଥିବାରୁ ଏହି କଠୋର ପଦକ୍ଷେପ ନିଆଯାଇଛି। ସେମାନେ କହିଛନ୍ତି ଯେ ଦାବି ମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଓ ଜାତୀୟ ରାଜପଥର ଯାଉଥିବା ସମସ୍ତ ଯାନବାହନ କୁ ଅଟକାଯାଇ ଆନ୍ଦୋଳନ କରାଯିବ।
ଆଜିର ଏହି ଆନ୍ଦୋଳନରେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସଭାପତି ଗିରିଧାରୀ ଧରୁଆ, ଉପ ସଭାପତି ଶମ୍ଭୁ ତାଣ୍ଡି,ସମ୍ପାଦକ କାର୍ତ୍ତିକ ବରିହା,ସହ ସମ୍ପାଦକ ପ୍ରସାଦ ବାଗ, କୋଷାଧ୍ୟକ୍ଷ ଆର୍ତ ମହାନନ୍ଦ,ନନ୍ଦ ଲାଲ କୁମ୍ଭାର, ଦେବରାଜ ଯାଦବ, ଡାନିଏଲ୍ ନାଗ,ରାଜୁ ଛତ୍ରିଆ,ସୁଦର୍ଶନ ବଗର୍ତ୍ତି ସହ ଅଟୋ ମହସଂଘ୍ ଓ ଡ୍ରାଇଭର ମହାସଂଘ ର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।
Edited by k.s thakur...
Tags:
kantabanji
latest news
latest update
odisha daily current affairs
odisha driver mahasangh
strike




