ବରଗଡ଼ ଜିଲ୍ଲା ଭଟଲିଧାମ ପାଇଁ ବାଇପାସ୍ ରାସ୍ତା ତିଆରି ଦାବି...
ବରଗଡ଼,୦୮/୦୭ : ଭଟଲି ରେ ବାଇପାସ୍ ରାସ୍ତା ଦାବି ଉଠୁଛି। ବରଗଡ଼ ରୁ ଭଟଲି, ଅମ୍ବାଭୋନା ଦେଇ ଛତିଶଗଡ଼ ରାସ୍ତା ଓ ସେପଟେ ସୋହେଲା ଠାରୁ ଭଟଲି ଅମ୍ବାଭନା ରୁ ଛତିଶଗଡ଼ ର ମୁଖ୍ୟ ରାସ୍ତା ରହିଥିବା ବେଳେ...
Ad..
ଆଷାଢ଼ ର ରଥ ପନ୍ଦର ଦିନ ପ୍ରବଳ ଜନଗହଳି ହେଉ ଥିବାରୁ ଭଟଲି ଦେଇ ଯାତାୟତ କରୁଥିବା ସମସ୍ତ ଯାତ୍ରୀଙ୍କୁ ବହୁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ। ଭଟଲି ହେଉଛି ଦୁଇଟି ମନ୍ଦିରର ପ୍ରମୁଖ ସ୍ଥାନ ମାରୱାଡ଼ି ସମାଜର ଶ୍ୟାମ ବିହାରୀଙ୍କ ଧାମ ଓ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର କୁହାଯାଉଥିବା ଦଧିବାମନଧାମ ।
Ad..
ଶ୍ୟାମ ବିହାରୀଙ୍କ ଫଗୁଣ ମେଲା ରେ ସମଗ୍ର ଭାରତ ରୁ ପ୍ରବଳ ଜନସମାଗମ ହେଉଥିବା ବେଳେ ରଥ ସମୟରେ ମଧ୍ୟ ପ୍ରବଳ ଜନସମାଗମ ହୋଇଥାଏ।ଯାହାକି ଭଟଲି ଶନି ମନ୍ଦିରଛକ ବା ମାଉସୀ ମା ପଡିଆ ଛକରେ ଅଜସ୍ର ଭିଡ ପରିଲକ୍ଷିତ ହୋଇ ବର୍ଷ କୁ ଦୁଇଥର ବରଗଡ଼ ଛତିଶଗଡ଼ ରାସ୍ତା ଯାମ ହୋଇ ଯାତାୟାତ ବଡ ବ୍ୟାଘାତ ସୃଷ୍ଟି ହୋଇଥାଏ ।
Ad..
ଏପରିକି ଜରୁରୀ କାଳୀନ ସେବା ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ସମସ୍ୟା ଉପୁଜିଥାଏ । ଭଟଲି ଦେଇ ଯାତାୟତ ହେଉଥିବା ରୁ ବାଇପାସ୍ ରାସ୍ତା ର ଆବଶ୍ୟକତା ରହୁଛି।
ଏହି ଭଟଲିଧାମ ପାଇଁ ବାଇପାସ୍ ରାସ୍ତା ଜରୁରୀ ସୋଇପଡ଼ିଛି ବୋଲି କେବଳ ଜନସାଧାରଣ ଙ୍କ ତରଫରୁ ଦାବି ଉଠିନାହିଁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଙ୍କୁ ମଧ୍ୟ ବାଇପାସ୍ ରାସ୍ତା ପାଇଁ ପରାମର୍ଶ ଦେଇ ଆଲୋଚନା କରିଛନ୍ତି।
Report : Bijay ku sahu
Edited by k.s thakur...




