ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର...

ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର...


ଭୁବନେଶ୍ଵର,୦୮/୦୭ : ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  

      Ad..


ସେ କହିଛନ୍ତି ନୂଆ ଅଳଙ୍କାର ପାଇଁ ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନି ।ସରକାର ବ୍ୟବସ୍ଥା କରିବେ, ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ । କିଛି ଅଳଙ୍କାର ପତଳା ଓ କିଛି ଦବି ଗଲାଣି ବୋଲି ସେବାୟତ ଜଣାଇଛନ୍ତି । 

   Ad..


ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁରୋଧ ହୋଇଥିଲା । ଅନେକ ଦିନ ହେଲାଣି ଠାକୁରଙ୍କ ଅଳଙ୍କାର ତିଆରି କରିବାକୁ ଦାବି ହୋଇଥିଲା । ମହାପ୍ରଭୁଙ୍କ ଇଚ୍ଛା ଥିଲେ ହୋଇ ପାରିବ ।

    Ad..


ଏହା ସହ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଶ୍ରୀମନ୍ଦିରରେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର କାମ ସମ୍ପୂର୍ଣ୍ଣ ହୋଇ ସାରିଛି । ଆସନ୍ତା ଅଗଷ୍ଟ ମାସରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତିମଣତି କରାଯିବ । 

ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ନୂତନ ତାଲିକା ପ୍ରସ୍ତୁତ କରାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ୧୯୭୮ରେ ଶେଷ ଗଣତି ହୋଇଥିଲା । ଅଳଙ୍କାର ପୁଣି ଥରେ ଗଣତି କରାଯାଇ ତାଲିକା ସହିତ ମେଳ କରାଯିବ ।



Edited by k.s thakur...




Post a Comment

Previous Post Next Post