ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଦ୍ଵାରା ଭୁକ୍ତା ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ...

ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଦ୍ଵାରା ଭୁକ୍ତା ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ...


ବରଗଡ଼/ଅମ୍ବାଭୋନା,୨୭/୦୭ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଅଟଳ ଚାରିଟେବୁଲ୍ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଶିବାଜୀ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

Ad..


ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଟଳ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟ / ସଦସ୍ୟା ଯୋଗ ଦେଇଥିବାବେଳେ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ, ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ଛାତ୍ରୀ ଓ ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଭୁକ୍ତାର ସମସ୍ତ ସକ୍ରିୟ ସଦସ୍ୟଙ୍କ ସହଯୋଗରେ ବୃକ୍ଷ ରୋପଣ କରାଯାଇଥିଲା।

Ad..


ଜନସାଧାରଣଙ୍କ ଅଭାବ ଅସୁବିଧା ସମୟରେ ସହଯୋଗ କରିବା, ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷା ସହାୟତା ତଥା ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇ ଆସୁଥିବାରୁ ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଏକ ଅଗ୍ରଣୀ ଭୂମିକା ନିଭାଉଛି। 

Ad..


ନିକଟରେ ରାଜ୍ୟ ସ୍ତରରେ ଅଟଳ ପରିବାର ଭୁବନେଶ୍ୱର ଠାରେ ସେବା ରତ୍ନ ସମ୍ମାନ ପାଇଥିବାରୁ ଟ୍ରଷ୍ଟ ର କର୍ମକର୍ତ୍ତା ମାନଙ୍କ ମନରେ ସହଯୋଗ ଭାବନା ଦ୍ଵିଗୁଣିତ ହୋଇଯାଇଛି। 

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବରଗଡ ସଂଘମିତ୍ରା ଗ୍ରୁପର ପ୍ରତିଷ୍ଠାତା ଶ୍ରୀମତୀ ସଂଘମିତ୍ରା ପଟେଲ ବରଗଡ ରୁ ନିଜର ସହଯୋଗୀ ସମାଜସେବୀ ଶ୍ରୀମତୀ ଅନୁପମା ଭୋଇଙ୍କ ସହିତ ଆସି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। 

ଅଟଳ ପରିବାରର ସଭାପତି ଶ୍ରୀ ପଟେଲଙ୍କ ନେତୃତ୍ୱ ରେ ପାଞ୍ଚ ଶହରୁ ଅଧିକ ଚାରା ଯଥା ଲିମ୍ବ, ଜାମୁ, କରଞ୍ଜ, ଅଁଳା, ନୀଳଗିରି ଆଦି ଗଛ ଚାରା ଲଗେଇ ସମସ୍ତ ସମାଜ ପାଇଁ ଅଟଳ ଚାରିଟେବୁଲ ଟ୍ରଷ୍ଟ ଏକ ଅଗ୍ରଣୀ ଭୂମିକା ନିଭାଇ ଉଦାହରଣ ସୃଷ୍ଟି କରିଛି।

ଟ୍ରଷ୍ଟର ସମସ୍ତ ସକ୍ରିୟ ସଦସ୍ୟ କୋଦାଳ, ଫାଉଡ଼ା ଧରି ବିଦ୍ୟାଳୟ ଖେଳ ପଡିଆର ପାଚେରୀ କଡ଼ରେ ଖାଲି ଥିବା ସ୍ଥାନରେ ଗାତ ଖୋଲି ଚାରା ରୋପଣ କରିଥିଲେ। 

ଗଛ ସବୁ ବଡ଼ ହେଲେ ସମସ୍ତଙ୍କୁ ଖରା ଦିନରେ ଛାଇ ଓ ବିଶୁଦ୍ଧ ପବନ ମିଳିପାରିବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀ ପଟେଲ ଛାତ୍ରୀ ମାନଙ୍କୁ ବୁଝାଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post