ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଅନୁଷ୍ଠିତ...

ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଅନୁଷ୍ଠିତ...


ପଦ୍ମପୁର,୨୬/୦୭ : ଶୁକ୍ରବାର ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଲୟର ମିଳିତ ଆନୁକୂଲ୍ୟରେ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

Ad..


ଉକ୍ତ ସଭାରେ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ଆଶୁତୋଷ ହୋତା, ଥାନାଧିକାରୀ ମମତା ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଳି ରାଉତ, ବିପିଏମ ସେଖ ୱାସୀମ ରାଜା, ପିଏଚଇଓ ଶିଵ ପ୍ରସାଦ ବେହେରା ତଥା ବିଭିନ୍ନ ସ୍କୁଲର ଶିକ୍ଷକ ମାନେ ଉପସ୍ଥିତ ଥିଲେ। 

      Ad..


ଜୁନିଅର ହସ୍ପିଟାଲ ମେନେଜର ଦିବ୍ୟ କିଶୋର ମେହେର ସ୍ୱାଗତ ଭାଷଣ କରିଥିଲେ। ଭିବିଡିଟିଏସ ପଙ୍କଜ ମେହେର ସାମୁହିକ ଔଷଧ ସେବନ ର କାରଣ ଓ ଆବଶ୍ୟକତା ଉପରେ ଫୁଙ୍ଖାନୁଫୁଙ୍କ ଭାବରେ ଆଲୋକପାତ କରିଥିଲେ।

Ad..


ଉପଜିଲ୍ଲାପାଳ କୁମାରୀ ସ୍ନେହା ଅରୁଗୁଲା ଫାଇଲେରିଆ ନିରାକରଣ ପାଇଁ ସମସ୍ତ ବିଭାଗର ସମନ୍ୱୟତା ଏବଂ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ୨ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ବୟସ ତଥା ଉଚ୍ଚତା ଅନୁସାରେ ଡିଇସି, ଆଲବେଣ୍ଡେଜର, ଏବଂ ଆଇବୀରମିଟିନ ଔଷଧ ଖାଇଲା ପେଟରେ ସେବନ କରିବାକୁ ଅନୁରୋଧ କରିଥିଲେ।

ଏଥିରେ ୨ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଲୋକଙ୍କୁ ବାଦ ଦିଆଯିବ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାଭଙ୍ଗ କରାଯାଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post