ପରିବେଶ ସୁରକ୍ଷା ହିଁ ଈଶ୍ବରଙ୍କ ଶ୍ରେଷ୍ଠ ଉପାସନା: ପ୍ରସନ୍ନ ଆଚାର୍ଯ୍ୟ...

ପରିବେଶ ସୁରକ୍ଷା ହିଁ ଈଶ୍ବରଙ୍କ ଶ୍ରେଷ୍ଠ ଉପାସନା: ପ୍ରସନ୍ନ ଆଚାର୍ଯ୍ୟ...

ଯୁଯୁମୁରା,୨୭/୦୭ : ଈଶ୍ବର ସୁନ୍ଦର ପୃଥିବୀ ସୃଷ୍ଟି କରିଛନ୍ତି, ଯେଉଁଥିରେ ଗଛଲତା, ଜୀବଜନ୍ତୁ ଭରି ରହିଛନ୍ତି। ଆମେ କିନ୍ତୁ ତାଙ୍କର ସୃଷ୍ଟ ସୁନ୍ଦର ପରିବେଶକୁ ହତ୍ୟା କରିବାରେ ଲାଗିଛୁ। ଗୋଟିଏ ପଟେ ଆମେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାର୍ଚ୍ଚନା କରୁଛୁ, ଅନ୍ୟପଟେ ସୁନ୍ଦର ପରିବେଶକୁ ନଷ୍ଟ କରି ତାଙ୍କୁ ଅସମ୍ମାନ କରୁଛୁ। 
     Ad..

ସମସ୍ତେ ଜାଣି ରଖିବା ଉଚିତ ଯେ ଈଶ୍ବରଙ୍କ ସୃଷ୍ଟିକୁ ଅସମ୍ମାନ କରିବାର ଅର୍ଥ ଈଶ୍ବରଙ୍କୁ ଅସମ୍ମାନ କରିବା। ପରିବେଶ ସୁରକ୍ଷା ହିଁ ଈଶ୍ବରଙ୍କ ଶ୍ରେଷ୍ଠ ଉପାସନା ବୋଲି ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। 
     Ad..
ରେଢ଼ାଖୋଲ ବିଧାନସଭାକ୍ଷେତ୍ର ଅନ୍ତର୍ଗତ ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ, ଆମେ ଜନ୍ମହେବା ସମୟରେ ଈଶ୍ବର ଆମକୁ ଯେମିତି ପୃଥବୀ ଦେଇଥିଲେ, ଆମେ ଯିବାବେଳେ ମଧ୍ୟ ସେମିତି ପୃଥିବୀ ଛାଡ଼ିଯିବାକୁ ହେବ। 
Ad..
ଜଳ ଓ ବଣଜଙ୍ଗଲକୁ ସୁରକ୍ଷିତ ରଖିବାକୁ ହେବ। ଜଙ୍ଗଲ ନଷ୍ଟ ହେବା ଯୋଗୁ ଆଜିକାଲି ହାତୀମାନେ ରାଜପଥରେ ବୁଲୁଛନ୍ତି, ଗାଁ ଆଡ଼କୁ ମାଡ଼ି ଆସୁଛନ୍ତି। ଆମେ ସେହି ବନ୍ୟପ୍ରାଣୀଙ୍କ ହକ୍‌କୁ ଛଡ଼ାଇ ନେଉଛୁ। ଆମକୁ ବୃକ୍ଷରୋପଣ କରି ଜଙ୍ଗଲ ବଢ଼ାଇବାକୁ ପଡ଼ିବ। 

ପରିବେଶ ସୁରକ୍ଷା ଆମ ଘରୁ ଆରମ୍ଭ ହେବା କଥା। ଖାଲି ପରିବାର ପାଇଁ କାମ କଲେ ଚଳିବ ନାହିଁ, ପରିବେଶ ପାଇଁ ବି ଆମକୁ ସମୟ ଦେବାକୁ ହେବ। ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ବଡ଼ ଭୂମିକା ରହିଛି। ଆଗାମୀ ବଂଶଧରଙ୍କ ପାଇଁ ଏକ ସୁନ୍ଦର ପୃଥିବୀ ଛାଡ଼ିବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ବାନ ଦେଇଥିଲେ। 

ରତ୍ନାକର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍‌) ଟି. ଅଶୋକ କୁମାର କହିଲେ, ଗତ ୧୦ ବର୍ଷ ମଧ୍ୟରେ ସାଂଘାତିକ ଭାବେ ଜଙ୍ଗଲ ନଷ୍ଟ ହୋଇଛି। ଅବାଧ ଗଛକଟା ଯୋଗୁ ଜଳବାୟୁ ପରିବର୍ତ୍ତନ ଉପରେ ଏହାର ପ୍ରଭାବ ପଡ଼ିଛି। 

ଆମମାନଙ୍କ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। ଯାହା ଆଗମୀ ଦିନରେ ବଡ଼ ବିପଦ ଆଣିବ। କୋଭିଡ୍‌ ମହାମାରୀ ସମୟରେ ଅମ୍ଳଜାନ ସଂକଟ ଦେଖିବାକୁ ମିଳିଥିଲା। ସ୍ବଚ୍ଛ ବାୟୁ ପାଇବା ପାଇଁ ଜଙ୍ଗଲ ସୁରକ୍ଷା ସହିତ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ।

ମୁଖ୍ୟବକ୍ତା ଶିକ୍ଷାବିତ୍ ତଥା ପରିବେଶପ୍ରେମୀ ବନମାଳି ମିଶ୍ର ପରିବେଶ ସୁରକ୍ଷାର ଗୁରୁଦାୟିତ୍ବକୁ ଆମେ ସମସ୍ତେ ଭୁଲି ଗଲେଣି ବୋଲି କହିଥିଲେ। ନିଜ ନିଜ ଘରେ ବିଭିନ୍ନ ପ୍ରଜାତିର ବୃକ୍ଷଲତା, ଫୁଲବଗିଚା କରି ଆମେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଯୋଗଦାନ ଦେଇପାରିବା ବୋଲି ସେ କହିଥିଲେ। 

ଯୁଯୁମରା ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ନାୟକ ଓ ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ବାଳ ଆଗାମୀ ପିଢ଼ିକୁ ଭଲ ପରିବେଶ ଦେବାକୁ ହେଲେ ଘରୁ ଏହି ଅଭିଯାନ ଆରମ୍ଭ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ବୃକ୍ଷରୋପଣ କରାଯିବା ସହିତ ବନବିଭାଗ ସହାୟତାରେ ଚାରା ବଣ୍ଟନ କରାଯାଇଥିଲା।






Edited by k.s thakur...

Post a Comment

Previous Post Next Post