ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା; ମାଓବାଦୀମାନେ ଲୁଚାଇ ରଖିଥିବା ସୂଚନା...
ଭୁବନେଶ୍ବର,୨୭/୦୭ : ପୋଲିସକୁ ମିଳିଲା ବଡ଼ ସଫଳତା । ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା।
Ad..
ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ଜଣାପଡିଛି । ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ସୂଚନା। ଏନେଇ ଏକ୍ସରେ ସୂଚନା ଦେଲେ ରାଞ୍ଚି ଆଇଜି।
Ad..
ସୂଚନା ଯୋଗ୍ୟ, କୌଣସି ସୂତ୍ରରୁ ଖବର ପାଇ ଚାଇବାସା ମାଟି ତଳୁ ଟଙ୍କା ଜବତ କରିଛି ପୋଲିସ। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ହେବ। ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ଅନୁମାନ କରାଯାଉଛି ।
Ad..
ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତି ଦିଆଯାଇଥିଲା। ମୋଟ ୩୫ଟି ପୃଥକ ବଣ୍ଡଲ ଜବତ ହୋଇଛି। ଏନେଇ ରାଞ୍ଚି ଆଇଜି ଏକ୍ସରେ ସୂଚନା ଦେଇଛନ୍ତି ।
Edited by k.s thakur...
Tags:
Bhubaneswar
cash money
Jharkhand
latest news
latest update
maoist
odisha daily current affairs




