ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା...

ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା...


ଭୁବନେଶ୍ବର,୨୭/୦୭ : ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି ଟଙ୍କା। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

Ad..


ସେ କହିଛନ୍ତି ଅଗଷ୍ଟ ୯ରେ ସୁଭଦ୍ରା କିସ୍ତି ଟଙ୍କା ମୁଖ୍ୟମନ୍ତ୍ରୀ କୋରାପୁଟ ଜୟପୁର ଗସ୍ତ କରି ପ୍ରଦାନ କରିବେ । ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ । 

   Ad..


ଯୋଗ୍ୟ ହେଲେ ଅଗଷ୍ଟ ୯ ତାରିଖରେ ମିଳିବ ସୁଭଦ୍ରା କିସ୍ତି ଟଙ୍କା । ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ ।

   Ad..


ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମହିଳାମାନେ ଜିରୋ ଇନକମ୍ ଟ୍ୟାକ୍ସ ଦେଉଥିବେ ଏବଂ ସେମାନଙ୍କର ୨.୫ ଲକ୍ଷରୁ ଊର୍ଦ୍ଧ୍ବ ରୋଜଗାର ଥିଲେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବନି। ଏହା ସହ କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ ।ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନ୍‌ରୋଲ୍‌ମେଣ୍ଟ ଚେକ୍‌ କରିବେ ।




Edited by k.s thakur...


Post a Comment

Previous Post Next Post