ବରଗଡ଼ର କ୍ରିଷ୍ଣା ବିକାଶ ହସ୍ପିଟାଲରେ ୧୫.୫ କିଲୋଗ୍ରାମ ଓଭାରିଆନ୍ ଟ୍ୟୁମରର ସଫଳ ଅସ୍ତ୍ରୋପଚାର...
ବରଗଡ଼,୧୯/୦୭ : ବରଗଡ଼ କ୍ରିଷ୍ଣା ବିକାଶ ଡାକ୍ତରଖାନାକୁ ଜୀବନ ଜିଇବାର ସ୍ବପ୍ନ ଓ ବିଶ୍ୱାସ ନେଇ ଆସିଥିବା ଜଣେ ରୋଗୀ ଙ୍କୁ ବିକାଶ ର ଡାକ୍ତରୀ ଟିମ୍ ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ରୋପଚାର କରି ସଫଳତା ପାଇଛନ୍ତି।
Ad..
ଚର୍ଚ୍ଚାରେ ଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଗୋଡଭାଗାର ଜଣେ ମହିଳା କିଛି ମାସ ଧରି ପେଟରେ ଅସ୍ଥିରତା ଏବଂ ଅସ୍ୱସ୍ତି ଅନୁଭବ କରୁଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେ ବଡ଼ ଆଶା ଏବଂ ବିଶ୍ୱାସ ସହିତ ବରଗଡ଼ର କୃଷ୍ଣା ବିକାଶ ହସ୍ପିଟାଲକୁ ଚିକିତ୍ସା ସେବା ପାଇବା ପାଇଁ ଆସିଥିଲେ।
Ad..
ସିଟି ସ୍କାନ ଏବଂ ଅନ୍ୟାନ୍ୟ ରୋଗର ଉପଯୁକ୍ତ ନିର୍ଣ୍ଣୟ ତଦନ୍ତ ସମେତ ବ୍ୟାପକ ମୂଲ୍ୟାଙ୍କନରୁ ଜଣାପଡିଥିଲା ଯେ ତାଙ୍କ ପେଟ ପ୍ରାୟ ସମ୍ପୂର୍ଣ୍ଣ ଧାରଣ କରିଥିବା ଏକ ବିଶାଳ ଓଭାରିଆନ୍ ଟ୍ୟୁମର ଉପସ୍ଥିତି ରହିଥିଲା।
Ad..
ପରାମର୍ଶଦାତା ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ବିସ୍ମୟ ଷଡଙ୍ଗୀ ଏବଂ ତାଙ୍କ ସହ ଶଲ୍ୟଚିକିତ୍ସା ନିମନ୍ତେ ବିଶେଷଜ୍ଞ ଟିମ୍ ର ପ୍ରତ୍ୟକ୍ଷ ତତ୍ବାବଧାନରେ ରୋଗୀଙ୍କ ଏକ ଜଟିଳ ଏବଂ ଚ୍ୟାଲେଞ୍ଜିଂ ରାଡିକାଲ୍ ହିଷ୍ଟରେକ୍ଟମି କରାଯାଇଛି।
ଆନାସ୍ଥେସିଆ ପରିଚାଳନାରତ ଡକ୍ଟର ତତ୍ତ୍ୱଦାରସି ସାହୁଙ୍କ ଦ୍ୱାରା ସତର୍କତାର ସହିତ ପରିଚାଳିତ ହୋଇଥିଲା ଯାହାର ପ୍ରକ୍ରିୟା ରୋଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିଥିଲା। ଶେଷରେ ୧୫.୫ କିଲୋଗ୍ରାମ ଓଜନର ଏହି ଅସାଧାରଣ ଟ୍ୟୁମରକୁ ୧୪ ଜୁଲାଇ ୨୦୨୫ ରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା।
ରୋଗୀଙ୍କ ବୟସ ଓ ଟ୍ୟୁମର ଆକାର ଟି ଶଲ୍ୟଚିକିତ୍ସା ଏବଂ ଆନାସ୍ଥେସିଆ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା ଯାହା ସମସ୍ତ ଦକ୍ଷ ଡାକ୍ତରୀ ଦଳଙ୍କ ଦ୍ୱାରା ଅସ୍ତ୍ରୋପଚାର ସଫଳତାର ସହିତ ପରିଚାଳନା କରାଯାଇଥିଲା। କିଛି ଘଣ୍ଟା ପରେ ରୋଗୀ ସୁସ୍ଥ ଅନୁଭବ କରିବାପରେ।
ଗତ ୧୭ ଜୁଲାଇ ୨୦୨୫ରେ ତାଙ୍କୁ ସ୍ଥିର ଅବସ୍ଥାରେ ଡିସଚାର୍ଜ କରାଯାଇଥିଲା ସଫଳତା ପାଇଁ ରୋଗୀ ଆଶ୍ୱସ୍ତ ଏବଂ କୃତଜ୍ଞ ଜଣାଇ ଘରେ ଅଛନ୍ତି । ବିକାଶ ହସ୍ପିଟାଲ ର ଡାକ୍ତରୀଟିମ ଦ୍ବାରା ଏକ ଜଟିଳ ରୋଗୀ ଚିକିତ୍ସିତ ହୋଇ ଆସ୍ବସ୍ତି ପାଇଥିବା ରୁ ବରଗଡ଼ ର କ୍ରିଷ୍ଣା ବିକାଶ ଡାକ୍ତରଖାନା ଓ ସମସ୍ତ ଡାକ୍ତର ଟିମ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି କ୍ରିଷ୍ଣା ବିକାଶ ଡାକ୍ତରଖାନା ର ପରିଚାଳକ ଡାକ୍ତର ରବି ଜୀ ସୂଚନା ଦେଇଛନ୍ତି।
Report : Bijay ku sahu
Edited by k.s thakur...




