ଗିରଫ ଛାତ୍ର କଂଗ୍ରେସ ନେତାଙ୍କୁ ଜେଲରେ ଭେଟିଲେ ପିସିସି ସଭାପତି...
ଭୁବନେଶ୍ବର,୧୯/୦୭ : ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା ।
Ad..
ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ, ଛାତ୍ର ନେତା ବଳରାମ ସାହୁ ପ୍ରମୁଖଙ୍କୁ ପୁଲିସ ଅଗଣତାନ୍ତ୍ରିକ ଉପାୟରେ ଜେଲ ପଠାଇଥିଲା।
Ad..
ଏହି ଅବସରରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଝାରପଡା ସ୍ୱତନ୍ତ୍ର କାରଗାରାକୁ ଯାଇ ସେମାନଙ୍କୁ ଭେଟିବା ସହ ଭଲମନ୍ଦ ବୁଝିଥିଲେ । ଗିରଫ ଛାତ୍ରଙ୍କୁ ଭେଟିବା ପରେ ଶ୍ରୀ ଦାସ କହିଛନ୍ତି, ଅଣ୍ଡାମାଡ ମନ୍ତ୍ରୀଙ୍କ ଦେହରେ ବାଜି ନାହିଁ କି ତାଙ୍କ ଘର ଭିତରେ ପଡ଼ିନାହିଁ ।
Ad..
କେବଳ ପାଚେରୀ ପାଖରେ ପଡ଼ିଛି । ଏହା କ’ଣ ଗୁରୁତର ଅପରାଧ ବୋଲି ପ୍ରଶ୍ନ କରିଥିଲେ । ଶ୍ରୀ ଦାସ ଆହୁରି କହିଥିଲେ ଯେ, ଯଦି ଏହା ଅପରାଧ, ଫକୀର ମୋହନ କଲେଜ ଶିକ୍ଷା ବିଭାଗର ମୁଖ୍ୟ, ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ମୃତା ଛାତ୍ରୀ ଜଣଙ୍କ ଗୁହାରି କରିଥିଲେ କିନ୍ତୁ ତାଙ୍କ ଏଫ.ଆଇ.ଆର ହେଲା ନାହିଁ । ତାହା କ’ଣ ଅପରାଧ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଜେପି ଶାସନ ଆସିବା ପୂର୍ବରୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେତେ ନାଚିଛନ୍ତି କେତେ ବିରୋଧ କରିଛନ୍ତି ତାହା କ’ଣ ଅପରାଧ ନ ଥିଲା? ପୁଲିସ ଅପରାଧ କରିପାରିବେ, ମନ୍ତ୍ରୀ ଅପରାଧ କରିପାରିବେ କିନ୍ତୁ ଛାତ୍ର କଂଗ୍ରେସ ଦୁଇଟା ଅଣ୍ଡ ଫିଙ୍ଗି ଜେଲ ଯିବେ ଏହା କି ପ୍ରକାର ନିୟମ।
କଂଗ୍ରେସ ଦଳ ଆଇନକୁ ସମ୍ମାନ ଦେଉଛି। ଯଦି ଆମେ ଆଇନ ହାତକୁ ନେବୁ ତେବେ ବିଜେପି ନେତା ଓ ମନ୍ତ୍ରୀ ରାଜରାସ୍ତାରେ ଚାଲିପାରିବେ କି ବୋଲି କହିଛନ୍ତି ପିସିସି ସଭାପତି।
ପିସିସି ସଭାପତି ଶ୍ରୀ ଦାସଙ୍କ ସହ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକ, କଂଗ୍ରେସ ପାର୍ଥୀ ନିରଞ୍ଜନ ନାୟକ, ସୁଧାଂଶୁ ଦେଓ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ସହ ଉପସ୍ଥିତ ଥିଲେ।
Edited by k.s thakur...
Tags:
Bhakta charan das
Bhubaneswar
latest news
latest update
odisha daily current affairs
PCC president




