ନକଲି ମଦ ଫ୍ୟାକ୍ଟ୍ରି ଠାବ ; କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ୬ ହଜାର ୨୦୩.୫୨ ଲିଟର ମଦ ଜବତ...

ନକଲି ମଦ ଫ୍ୟାକ୍ଟ୍ରି ଠାବ ; କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ୬ ହଜାର ୨୦୩.୫୨ ଲିଟର ମଦ ଜବତ...


କଟକ,୧୯/୦୭ : ପୁଡ଼ୁଚେରିରେ କ୍ବାଟ୍ ପିଛା ମାତ୍ର ୨୦୦ ଟଙ୍କାରେ ମିଳୁଥିବା ‘ଥ୍ରି କଏନ୍‌’ ହ୍ବିସ୍କିକୁ ଭେଜାଲ୍ କରି ଓଡ଼ିଶା ବଜାରରେ ଛାଡ଼ୁଥିବା କଟକର ଆଠଗଡ଼ ଓ ଢେଙ୍କାନାଳର ହିନ୍ଦୋଳରେ ଥିବା ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ଅବକାରୀ ବିଭାଗ। 

       Ad..


ଏହି ଫ୍ୟାକ୍ଟ୍ରିଗୁଡ଼ିକରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ୬ ହଜାର ୨୦୩.୫୨ ଲିଟର ମଦ ଜବତ କରିଛି। ଏହାର ମୂଲ୍ୟ ୭୭ ଲକ୍ଷ ୨୯ ହଜାର ୯୧୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। 

       Ad..


ଜଣେ ଗୋଦାମ ମାଲିକ ଓ ତିନି ଜଣ ଚାଲାଣକାରୀ ଗିରଫ ହୋଇଛନ୍ତି। ଏହି କାରବାର ପଛରେ ଥିବା ୫ କାର୍ପଟଦାର୍‌ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।କଟକରେ ଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଠଗଡ଼ରେ ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ସମ୍ପର୍କରେ ସୂଚନା ପାଇଥିଲା। 

Ad..


ଏହି ଫ୍ୟାକ୍ଟ୍ରିରୁ ମଦ ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳକୁ ଚାଲାଣ ହେଉଥିଲା। ଅବକାରୀ ଅଧିକାରୀମାନେ ଗ୍ରାହକ ବେଶରେ ଉକ୍ତ ବ୍ୟବସାୟୀଙ୍କ ନିକଟରୁ ମଦ ଆଣିବାକୁ ଭୁବନେଶ୍ବର ଯାଇଥିଲେ। ୧୮ ପେଟି ନକଲି ମଦ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳକୁ ଚାଲାଣ ବେଳେ ଅବକାରୀ କର୍ମଚାରୀମାନେ ଗାଡ଼ି ସହିତ ଜଣେ ଗୋଦାମ ମାଲିକ ଓ ଅନ୍ୟ ଜଣେ ଚାଲାଣକାରୀକୁ ମାଡ଼ି ବସିଥିଲେ। 

ସେମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଥାନା ଜେନାପଦାର ଗୋଦାମ ମାଲିକ ବିରଞ୍ଚି ରଣା (୩୭) ଓ ଚାଲାଣକାରୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଭୁରୁଡ଼ୁବଣିର ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି। ଏମାନଙ୍କୁ ପଚରାଉଚରା ସମୟରେ ନକଲି ବିଦେଶୀ ମଦ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା।

ଏମାନଙ୍କ ବୟାନ ଆଧାରରେ ଆଠଗଡ଼ ମୈତ୍ରୀନଗର ଅଞ୍ଚଳରେ ଗୋଟିଏ ଘରୁ ୩୦୦ ପେଟି ନକଲି ବିଦେଶୀ ମଦ ଜବତ ହୋଇଥିଲା। ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ଗାଁର ଏକ ଘରୁ ଆହୁରି ୪୦୦ ପେଟି ନକଲି ବିଦେଶୀ ମଦ ଜବତ ହୋଇଥିଲା। 

ଏହି ମଦ ଜବତ ସମୟରେ ସେଠାରୁ ଆହୁରି ଦୁଇ ମଦ ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଦୁଇ ଚାଲାଣକାରୀ ଅର୍ଜୁନ ଚନ୍ଦ୍ର ଟୁଡ଼ୁ ଓ ଧନୁ ହାଁସଦା। 

ଦୁଇଟି ଗୋଦାମରୁ ମୋଟ ୨୨ ହଜାର ୮୪୮ ବୋତଲ ଓଲଡ୍ ମଙ୍କ୍ ରମ୍, ୬ ହଜାର ୮୧୬ ବୋତଲ ମ୍ୟାକ୍ ଡୋଏଲ ନମ୍ବର ୧ ହ୍ବିସ୍କି, ୪ ହଜାର ୮୦୦ ବୋତଲ ଆକନିକ୍ ହ୍ବିସ୍କି ସହିତ ପ୍ଲାଷ୍ଟିକ୍‌ ବୋତଲ ଠିପି, ଅବକାରୀ ନକଲି ଇଏଏଲ୍, ନକଲି ଲେବଲ୍‌, ଖାଲି ପେଟି ଓ ଏକ ପିକ୍‌ଅପ୍ ଭ୍ୟାନ୍ ଜବତ କରାଯାଇଛି। 

ଏହି ମଦ ବୋତଲ ଯୋଗାଉଥିବା ଟାଙ୍ଗୀର ଜଣେ କବାଡ଼ିଆକୁ ଅବକାରୀ ଟିମ୍ ଉଠାଇ ନେଇଛି।  ଚଢ଼ଉରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧୀକ୍ଷକ ବିକାଶ କୁମାର ନାୟକ, ଇନ୍‌ସ୍ପେକ୍ଟର ଧୀରେନ କୁମାର ବେହେରା, ଅବନୀ କୁମାର ମହାପାତ୍ର, ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ବିଭୂତି ପ୍ରଧାନ, ଏଏସ୍‌ଆଇ କିଶୋର ଚନ୍ଦ୍ର ରାଉତ, ଥବିର କୁମାର ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।




Edited by k.s thakur...

Post a Comment

Previous Post Next Post