ବ୍ଳକ୍ ସ୍ତରୀୟ ୨ ଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା...
ମୁରିବାହାଲ,୨୯/୦୭ : ମୁରିବାହାଲ ବ୍ଳକ୍ ସ୍ତରୀୟ ଦୁଇ ଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ପତ୍ରାପାଲି କ୍ଲଷ୍ଟର ଅନ୍ତର୍ଗତ ଡଙ୍ଗରପଡ଼ା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନୁଷ୍ଠିତ ହୋଇଅଛି।
Ad..
ଉଦ୍ଘାଟନୀ ଦିବସରେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଲାସ ଚନ୍ଦ୍ର ଭୋଇ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଏଥିରେ ୧୨ ଟି କ୍ଳଷ୍ଟରର ୩୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୪ ଜଣ କଳା ଶିକ୍ଷକ ଅଂଶଗ୍ରହଣ କରିଥିଲେ।
Ad..
୪ ଜଣ ସାଧନ କର୍ମୀ ଗଣାଧିପ ଦାସ, ଅନିଲ କୁମାର ବେହେରା, ସୁଦର୍ଶନ ବେହେରା ଏବଂ କେଶରୀ ଚନ୍ଦ୍ର ସାହୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିନାମୂଲ୍ୟ ଏବଂ ସ୍ଵଳ୍ପମୂଲ୍ୟର ସାମଗ୍ରୀକୁ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଆହ୍ଵାନ କରିଥିଲେ।
Ad..
ଏଥିରେ କ୍ଲଷ୍ଟରର ସିଆରସିସି ପ୍ରମୋଦ କୁମାର କର୍ମୀ , ଗଁରେଇ ସିଆରସିସି ସତ୍ୟନାରାୟଣ ଦାସ ଏବଂ ମୁରିବାହାଲ ସିଆରସିସି ହୃଷିକେଶ ଶିକା ସହଯୋଗ କରିଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତ ମୋହନ ଭୋଇ ସଂଯୋଜନା କରିଥିଲେ।
Edited by k.s thakur...




