ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ପାଳିତ...

ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ପାଳିତ...


କଣ୍ଟାବାଞ୍ଜି,୧୨/୦୭ : ମହାନ ସଂଗ୍ରାହକ ତଥା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକଙ୍କ ୧୧୮ତମ ଜନ୍ମ ଜୟନ୍ତୀ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଥିଲା।

Ad..


ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଓଡ଼ିଶାରେ ପାଠାଗାର ଆନ୍ଦୋଳନର ମୁଖ୍ୟ ପୁରୋଧା ଦାସିଆ ଅଜାଙ୍କ ଉପରେ ଆଲୋଚନା କରିଥିଲେ।

Ad..


ବର୍ତ୍ତମାନ ପାଠାଗାର ସମସ୍ତଙ୍କ ପାଇଁ ଜରୁରୀ ବୋଲି ଶ୍ରୀ ଦାଶ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇଥିଲେ।ଆଜିର ସମୟରେ ଆବାଳବୃଦ୍ଧବନିତା ମୋବାଇଲ ବ୍ୟବହାର ଅଧିକ କରୁଛନ୍ତି ଯାହା ଫଳରେ ପୁସ୍ତକ ପଠନ ପ୍ରତି ଆଗ୍ରହ କମିବାରେ ଲାଗିଛି।

   Ad..


ପାଠାଗାର ହେଉଛି ଜ୍ଞାନର ଭଣ୍ଡାର ଏହାହିଁ ସମାଜକୁ ଉଚିତ ଦିଗଦର୍ଶନ ଦେଇ ପାରିବ ତେଣୁ ପ୍ରତି ଗାଁ ଓ ବିଦ୍ୟାଳୟରେ ପାଠାଗାର ନିର୍ମାଣ ହୋଇପାରିଲେ ଆଜି ଭଳି ଦିନରେ ଦାସିଆ ଅଜାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ।

ଏହି ସଭାରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥ,ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ,ରଜନୀ ମେହେର ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।




Edited by k.s thakur...



Post a Comment

Previous Post Next Post