ବରଗଡ଼ ର ସଭାଗୃହ କୁ ବରିଷ୍ଠ ଙ୍କ ଉଦ୍ଦେଶ୍ୟ ରେ ସମର୍ପଣ କଲେ ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀ...

ବରଗଡ଼ ର ସଭାଗୃହ କୁ ବରିଷ୍ଠ ଙ୍କ ଉଦ୍ଦେଶ୍ୟ ରେ ସମର୍ପଣ କଲେ ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀ...


ବରଗଡ଼,୧୨/୦୭ :  ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ, ବରଗଡ଼ ର ସଭାଗୃହ ନବୀକରଣ ର ଉଦଘାଟନ ଉତ୍ସବ କୁ ପଣ୍ଡିତ କୁଳମଣି ମହାପାତ୍ର ଙ୍କ ମନ୍ତ୍ର ଉଚ୍ଚାରଣ ସହ ଏକ ଭବ୍ୟ ସମାବେଶରେ ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଙ୍କ କରକମଳ ରେ ଜିଲ୍ଲା ର ଲକ୍ଷାଧିକ ବରିଷ୍ଠ ଙ୍କ ଉଦ୍ଦେଶ୍ୟ ରେ ବୃହତ ସଭା ମଣ୍ଡପ କୁ ଅର୍ପଣ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ।

      Ad..


ମା ସମଲେଶ୍ୱରୀଙ୍କ ପୂଜାର୍ଚନା ପରେ ପ୍ରାରମ୍ଭିକ ଓଡିଶୀ ନୃତ୍ୟ ରୁ ଆରମ୍ଭ ହୋଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି  ବିଧାୟକ ଶ୍ରୀ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣ ରେ ବରିଷ୍ଠ ମାନଙ୍କ ସେବା  ମୋର କର୍ତ୍ତବ୍ୟ ଓ ତାଙ୍କଠୁ ବିକାଶ ମୂଳକ ପରାମର୍ଶ ସବୁବେଳେ ମୋର କର୍ତ୍ତବ୍ୟ। 

   Ad..


ବର୍ତମାନ ର ଅଫିସ ଗୃହରେ ଅନେକ କିଛି ଅସୁବିଧା ମୋର ଦୃଷ୍ଟି ଗୋଚର ଆସିଛି ଯାହା ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ଆସନ୍ତା କାଲିଠୁ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ। ପୌରାଧ୍ଯକ୍ଷା କଳ୍ପନା ମାଝୀଙ୍କ ଙ୍କୁ ପ୍ରଦତ୍ତ ଭାରତୀନଗର ଠାରେ ସଂଘର ଏକ ଭବ୍ୟ କୋଠା ପାଇଁ ନିର୍ମାଣ କାମ ଶୀଘ୍ର ଆରମ୍ଭ ହେବ ଓ ଆସନ୍ତା ମାସ ତାର ଭୂମିପୂଜନ ହେବ ବୋଲି ପ୍ରତିଶ୍ରୁତି ଦେଲେ।

Ad..


ସମ୍ମାନିତ ଅତିଥି ଅରୁଣ କୁମାର ପାଣ୍ଡେ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କଲେ ମୁଁ ଏଠି ସର୍ବ କନିଷ୍ଟ ଆଊ ଏହି ସଭାଗୃହ ନିର୍ମାଣ ରେ ବରିଷ୍ଠ ମାନଙ୍କ ପାଇଁ କିଛି କରିବାର ଅପୂର୍ବ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି।

ଅନ୍ୟତମ ସମ୍ମାନିତ ଅତିଥି ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ସଭାପତି ପ୍ର: ଟହଲୁ ସାହୁ ତାଙ୍କ ଭାଷଣରେ ବରିଷ୍ଠ ମାନଙ୍କୁ ଆୟୁଷ୍ମାନ ଓ ପେନସନ ଯୋଜନାରେ ଷାଠିଏ ବର୍ଷରୁ ଲାଗୁ କରିବା, ଜ଼ିଲ୍ଲା ଓ ସମସ୍ତ ବ୍ଲକ ସଂଘ ମାନଙ୍କୁ ଅଫିସ ଗୃହ ପାଇଁ ଜାଗା କିମ୍ୱା ଘର ପ୍ରଦାନ କୁ ଅଗ୍ରାଧିକାର ଦେବାକୁ ବିଧାୟକ ଙ୍କ ଧ୍ୟାନ ଆକର୍ଷଣ କରିଥିଲେ। 

ମଞ୍ଚସୀନ ସମ୍ମାନିତ ଅତିଥି ପୌରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀ କହିଲେ ସଂଘ ସହ ମୋର ସୁସମ୍ପର୍କ ମୂଳରୁ ଅଛି ଓ  ବରିଷ୍ଟଙ୍କ ମଙ୍ଗଳ ପାଇଁ କିଛି କରିବା ମୁଁ ସଦା ପ୍ରସ୍ତୁତ, ମୋତେ ଆପଣ ମାନଙ୍କ ସୂଚନା ହି ଯଥେଷ୍ଟ ବୋଲି ପ୍ରକାଶ କରିଥିଲେ।

ପଶ୍ଚିମ ଓଡ଼ିଶାର ଦଶଟି ଜ଼ିଲ୍ଲା ରୁ ଓ ବରଗଡ଼ ଜିଲ୍ଲା ର ବାରଟି ବ୍ଲକ ଏବଂ ଜ଼ିଲ୍ଲା ସଂଘ ର ପ୍ରାୟ ୨୦୦ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ।ସଂଘ କୁ ଗଢ଼ି ତୋଳିବାରେ ଅବଦାନ ଥିବା ଦଶଜଣ ପୁରାତନ କର୍ମକର୍ତା ଓ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂଘ ର ସଭାପତି ପ୍ରମୋଦ ଝାଙ୍କର ସ୍ୱାଗତ ଭାଷଣ, ସମ୍ପାଦକ ଗୋବିନ୍ଦ ଦାଶ ଅତିଥି ପରିଚୟ ଓ ସଂଘ ର କାର୍ଯ୍ୟ ଧାରା ଓ ବରିଷ୍ଠ ଙ୍କ ସମସ୍ୟା ଉପରେ ଆଲୋକ ପାତକରି ସଂଗଠନ ସମ୍ପାଦକ କେଦାର ମିଶ୍ର ବକ୍ତବ୍ୟ ରଖିଥିବା ବେଳେ  ଉପସଭାପତି ନିର୍ମଳ କର ଧନ୍ୟବାଦ ଅର୍ପଣ କରିଥିଲେ। 

ଉପଦେଷ୍ଟା ଅମୁଲ୍ୟ ପତି, ଅମରେନ୍ଦ୍ର ଯାଦବ, ସୁଶୀଲ ମହାପାତ୍ର, ଭରତ ଦାଶ,ଗୌରଚନ୍ଦ୍ର କର, ,ଶ୍ରୀମୁଖ ପ୍ରଧାନ, ସର୍ଦାର ପ୍ରିତମ ସିଂ, କାଁହ୍ନୁ ଚରଣ ପୃଷ୍ଟି,ପ୍ରସନ୍ନ ପ୍ରଧାନ, ଲୋକନାଥ ଆଚାର୍ଯ୍ୟ, ଦେବୀ ପଟ୍ଟନାୟକ, ପ୍ରଦୀପ ସାହୁ,ବିନୋଦ ପଣ୍ଡା, ଅଶୋକ ପଶାୟତ,ପ୍ରମୁଖ ଅନ୍ୟ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ର ପରିଚାଳନା ରେ ସହଯୋଗ  ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post