ସୁସ୍ଥ ହୋଇ ଓଡିଶା ଫେରିଲେ ନବୀନ ପଟ୍ଟନାୟକ...

ସୁସ୍ଥ ହୋଇ ଓଡିଶା ଫେରିଲେ ନବୀନ ପଟ୍ଟନାୟକ...


ଭୁବନେଶ୍ଵର,୧୨/୦୭ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଶନିବାର ଦିନ ଓଡ଼ିଶା ଫେରିଛନ୍ତି ।ମୁମ୍ବାଇର କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ସେ ଭୁବନେଶ୍ୱର ଫେରିଛନ୍ତି।

   Ad..


କର୍ମୀ, ନେତା ଓ ଜନତାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ନବୀନଙ୍କୁ ସ୍ୱାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।

      Ad..


ଜୁନ ୨୨ ତାରିଖରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳତାର ସହ ନବୀନ ପଟ୍ଟନାୟକଙ୍କର ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା । ଏହାପରେ ସେ ଫିଜିଓଥେରାପି ନେବା ପାଇଁ କିଛିଦିନ ମୁମ୍ବାଇରେ ରହିଥିଲେ।

Ad..


ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୁମ୍ବାଇ ସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ୨୦୨୫ ଜୁନ୍‌ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। 

ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ। 

ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।  




Edited by k.s thakur...

Post a Comment

Previous Post Next Post