ପ୍ରବଳ ବର୍ଷା ସତ୍ତ୍ୱେ ପ୍ରାଣୀ ଚିକିତ୍ସା ଶିବିର ; ଗୃହପାଳିତ ପଶୁଙ୍କର ଟୀକାକରଣ...

ପ୍ରବଳ ବର୍ଷା ସତ୍ତ୍ୱେ ପ୍ରାଣୀ ଚିକିତ୍ସା ଶିବିର ; ଗୃହପାଳିତ ପଶୁଙ୍କର ଟୀକାକରଣ...


ହରଭଙ୍ଗା,୦୨/୦୭ : ହରଭଙ୍ଗା ପ୍ରାଣୀ ପାଳନ ବିଭାଗ ଓ ପୁରୁଣାକଟକ ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଆଜି ବାଣୀଭୂଷଣପୁର ପଞ୍ଚାୟତର ହରିଡ଼ାବିଡ଼ା ଓ ଖୁଣ୍ଟପଡ଼ା ଗାଁରେ ଗୃହପାଳିତ ପ୍ରାଣୀଙ୍କ ପାଇଁ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। 

      Ad..


ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରାଣୀ ସ୍ୱାସ୍ଥ୍ୟ ଶିବିରରେ ଫରେଷ୍ଟର ସତୀଶ ରଞ୍ଜନ କମ୍ପ, ସଞ୍ଜନା ମାଝୀ ଓ ବିଭାଗର ପ୍ରଭାକର ସେଠୀ ଯୋଗଦାନ କରି ଉଭୟ ଗ୍ରାମର ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲେ। 

Ad..


ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି ଗୃହପାଳିତ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସମସ୍ତ ଗୃହପାଳିତ ପ୍ରାଣୀମାନଙ୍କ ଟୀକାକରଣ କରାଇଥିଲେ। ତଳଗାଁ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ଆଶୁତୋଷ ପରିଡ଼ା ଓ ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ବୀମା କରୁଥିବା.. 

    Ad..


କମ୍ପାନୀର ହରଭଙ୍ଗା ପି, ଏସ ଅମରେଶ୍ୱର ମହାକୁଡ଼ ଓ ବିଭାଗର ନିର୍ମଳ ପ୍ରଧାନ, ସଞ୍ଜୟ ସାହୁ, ସରୋଜ ସାମଲ, ଲକ୍ଷ୍ମଣ ପ୍ରଧାନ ଏହି ପ୍ରାଣୀ ଚିକିତ୍ସା ଶିବିରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। 

ପ୍ରବଳ ବର୍ଷା ସତ୍ତ୍ୱେ ଗ୍ରାମବାସୀ ମାନଙ୍କର ତଥା ବିଭାଗର ଉତ୍ସାହ ଯୋଗୁଁ ଦୁଇଟି ଗ୍ରାମର ସମସ୍ତ ଗୃହପାଳିତ ପ୍ରାଣୀମାନଙ୍କ ଫାଟୁଆ ଓ ପିପିଆର ରୋଗ ନିରାକରଣ ପାଇଁ ଶତ ପ୍ରତିଶତ ଟୀକାକରଣ କରାଯାଇଥିଲା। 




Edited by k.s thakur...



Post a Comment

Previous Post Next Post