ସ୍କୁଲ୍‌ ଶୌଚାଳୟରେ ନାବାଳିକାକୁ ଦୁଷ୍କର୍ମ !...

ସ୍କୁଲ୍‌ ଶୌଚାଳୟରେ ନାବାଳିକାକୁ ଦୁଷ୍କର୍ମ !...


ବ୍ରହ୍ମପୁର,୦୨/୦୭ : ଗୋଳନ୍ଥରା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଜଣଙ୍କ ପୀଡ଼ିତାଙ୍କ ସଂପର୍କୀୟ ଭାଇ ଭୁବନ ପ୍ରଧାନ (୨୨) ବୋଲି ଜଣାଯାଇଛି।

Ad..


ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। କାମକୁ ଗଲା ବେଳେ ସେମାନେ ନିଜର ୩ପିଲାଙ୍କୁ ଘରେ ଛାଡ଼ି ଯାଇଥାନ୍ତି। ପୀଡ଼ିତାଙ୍କ ବୟସ ମାତ୍ର ୧୧ବର୍ଷ ୬ମାସ। 

    Ad..


ଗତ ୨୮ତାରିଖ ପୂର୍ବାହ୍ନ ପ୍ରାୟ ୯ଟାରେ ପ୍ରତିଦିନ ଭଳି ପୀଡ଼ିତାଙ୍କ ମା ଓ ବାପା କାମକୁ ଯାଇଥିବା ବେଳେ ନାବାଳିକା ଝିଅ ଘରେ ଏକୁଟିଆ ଥିଲେ। ଦିନ ପ୍ରାୟ ୧୧ଟାରେ ପୀଡ଼ିତାଜଣଙ୍କ ନିଜ ମାଉସୀଙ୍କ ଘରକୁ ଗୁଆ ଆଣିବାକୁ ଯାଇଥିଲା। 

Ad..


ସେଠାରେ ଭୁବନ ପହଞ୍ଚି ନାବାଳିକାଙ୍କୁ ସ୍କୁଲ ପାଇଖାନା ପାଖକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକାଙ୍କ ଚିତ୍କାର ଶୁଣି ଗ୍ରାମର ଭଗବାନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଭୁବନ ନାବାଳିକାଙ୍କୁ ସେଠାରେ ଛାଡ଼ି ଚମ୍ପଟ ମାରିଥିଲା। 

ଖବର ପାଇ ନାବାଳିକାଙ୍କ ବାପା ଓ ମାଆ କାମ ଛାଡ଼ି ଘରକୁ ଆସି ଝିଅ ଠାରୁ ସବୁକଥା ଶୁଣିବା ପରେ ଗତ ୩୦ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ନାବାଳିକାଙ୍କ ଡାକ୍ତରୀମାଇନା କରି କୋର୍ଟରେ ବୟାନ ରେକର୍ଡ କରାଯାଇଛି।




Edited by k.s thakur...

Post a Comment

Previous Post Next Post