ମାରବାଡ଼ି ଯୁବା ମଞ୍ଚ ତରଫରୁ ପରିବାର ଉତ୍ସବ କାର୍ଯ୍ୟଶାଳା କାର୍ଯ୍ୟକ୍ରମ...
କଣ୍ଟାବାଞ୍ଜି,୦୨/୦୭ : ପରିବାରରେ ହ୍ରାସ ପାଉଥିବା ସମ୍ପର୍କର ଗୁରୁତ୍ୱକୁ ବଜାୟ ରଖିବା ପାଇଁ ମାରୱାଡି ଯୁବା ମଞ୍ଚ ଏବଂ ପ୍ରଗତି ଶାଖା ତରଫରୁ କଣ୍ଟାବାଞ୍ଜି ଓମକାରମଲ ଭବନରେ ଏକ ପରିବାର ଉତ୍ସବ କର୍ମଶାଳା ଆୟୋଜନ କରାଯାଇଥିଲା।
Ad..
ସୁଦୂର ଗୁଜୁରାଟର ରାଜ୍ୟ ସୁରତରୁ ପ୍ରଶିକ୍ଷକ ଭାବରେ ଆସିଥିବା ମନୀଷ ବାଘେସିଆ ପରିବାରର ଗୁରୁତ୍ୱ ବୁଝାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ମାରୱାଡି ଯୁବ ମଞ୍ଚର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅମର ସୁଲତାନିଆ ଏବଂ ...
Ad..
ସମ୍ମାନିତ ଅତିଥି ଭାବରେ ଜୋରାୱାର ନିର୍ଦ୍ଦେଶକ ସତବୀର ଜି ଭାଟିଆ, ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି କୈଳାସ ଅଗ୍ରୱାଲ, ପ୍ରଣବ ଖଣ୍ଡେଲୱାଲ, ମଞ୍ଚ ପ୍ରାନ୍ତୀୟ ଉପାଧ୍ୟକ୍ଷ ପୁପକାନ୍ତ ଗୋୟଲ କାର୍ଯ୍ୟକ୍ରମ ସଂଯୋଜକ ଧିରାଜ ଅଗ୍ରୱାଲ ସହ ଶାଖା ଅଧ୍ୟକ୍ଷ ମନୀଷ ଅଗ୍ରୱାଲ...
Ad..
ସମ୍ପାଦକ ଗୋପାଳ ଅଗ୍ରୱାଲ, ପ୍ରଗତି ଶାଖା ଅଧ୍ୟକ୍ଷା ରୁଚି ଖଣ୍ଡଳବାଳ ,ସମ୍ପାଦିକା ପୂଜା ଅଗ୍ରୱାଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।
କାର୍ଯ୍ୟଶାଳା ରେ ମନୀଷ ବାଘେସିଆ ପରିବାରର ଗୁରୁତ୍ୱର ସୂକ୍ଷ୍ମ ବିଶ୍ଳେଷଣ କରିଥିଲେ ଯାହା ଦ୍ଵାରା ପରିବାରକୁ ସୁଦୃଢ଼ କରାଯାଇପାରିବ ଏବଂ ପାରିବାରିକ ମୂଲ୍ୟବୋଧ ବୃଦ୍ଧି କରାଯାଇପାରିବ। ଶେଷରେ, ଅଧ୍ୟକ୍ଷ ମନୀଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur...




