ଭୁବନେଶ୍ୱର ସମ୍ବିଧାନ ବଞ୍ଚାଅ ସମାବେଶ ରେ ବରଗଡ଼ ଜିଲ୍ଲା ରୁ ଯୋଗଦେବେ ସହସ୍ରାଧିକ କଂଗ୍ରେସ କର୍ମୀ...ଜିଲ୍ଲା କଂଗ୍ରେସ ର ପ୍ରସ୍ତୁତି ବୈଠକ...

ଭୁବନେଶ୍ୱର ସମ୍ବିଧାନ ବଞ୍ଚାଅ ସମାବେଶ ରେ ବରଗଡ଼ ଜିଲ୍ଲା ରୁ ଯୋଗଦେବେ ସହସ୍ରାଧିକ କଂଗ୍ରେସ କର୍ମୀ...ଜିଲ୍ଲା କଂଗ୍ରେସ ର ପ୍ରସ୍ତୁତି ବୈଠକ...


ବରଗଡ଼,୦୬/୦୭ : ଆସନ୍ତା ୧୧ ତାରିଖ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ' ସମ୍ବିଧାନ ବଞ୍ଚାଅ ' ସମାବେଶ ରେ ଯୋଗଦେଇ ସମବେତ ଜନତା ଙ୍କୁ ଉଦବୋଧନ ଦେବେ।
Ad..

ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ରୁ ମଧ୍ୟ ସହସ୍ରାଧିକ କଂଗ୍ରେସ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଜିଲ୍ଲା କଂଗ୍ରେସ କମିଟି ର ପ୍ରସ୍ତୁତି ବୈଠକ ରେ ନିଷ୍ପତି ହୋଇଛି। 

Ad..


ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦିପ ସିଂ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇ ରାଜ୍ୟ ଉପ ସଭାପତି ସନ୍ତୋଷ ସିଂ ସାଲୁଜା ଜନ ନାୟକ ରାହୁଲ ଗାନ୍ଧୀ ଙ୍କ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗଦେବାକୁ ଅନୁରୋଧ କରିଥିଲେ। 

   Ad..


ସେ ଏହି ଅବସରରେ ଗତ ନିର୍ବାଚନ ରେ ପ୍ରାର୍ଥୀ ହୋଇଥିବା ସମସ୍ତ ଦଳୀୟ ପ୍ରାର୍ଥୀ ତଥା ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା , ନଗର ଓ ବ୍ଲକ କଂଗ୍ରେସ ସଭାପତି ମାନଙ୍କ ସହ ଏହି କାର୍ଯ୍ୟକ୍ରମ ର ସଫଳତା ଉପରେ ଓ ଜିଲ୍ଲା ର ସମସ୍ତ ଅଞ୍ଚଳରୁ କିଭଳି କଂଗ୍ରେସ ଦଳ ର କର୍ମୀ ମାନେ ଯାଇ ଯୋଗ ଦେଇପାରିବେ ସେ ଉପରେ ଆଲୋଚନା କରିଥିଲେ। 

ଏହି ବୈଠକ ରେ ଯୁଗଳ ପ୍ରସାଦ ସିଂହ, ସରୋଜ କୁମାର ଷଡଙ୍ଗୀ,କିଶୋର ଦଫାଦାର, ନୀପନ କୁମାର ଦାଶ,ବ୍ରହ୍ମାନନ୍ଦ ମହାକୁଡ଼,ଅଭିଷେକ ସେଠ,ଟଙ୍କଧର ସାହୁ,ଅଶୋକ କୁମାର ଦାଶ,ରବିନାରାୟଣ ପଣ୍ଡା,ପ୍ରତାପ ଚନ୍ଦ୍ର ନାୟକ,ଆନନ୍ଦ ପ୍ରଧାନ,ସୁଧୀର ଜେନା, ଅମିତ ଆଚ଼ାର୍ଯ୍ୟ, ଗୌରବ ଆଜାଦ ପତି, ସୁନିତା ବାଗ , ରବିନ ଦାଶ...

ସୁଶିଲ କୁମାର ଭୋଇ,ସୁଭେନ୍ଦୁ କୁମାର ସାହୁ, ପାଣ୍ଡବ କର୍ଣ୍ଣ, ନିଲିମା ଅଗ୍ରଓ୍ୱାଲ,ଭାବନା ଭେସ୍ରା,ମାଧବ ସାହୁ,ନାରାୟଣ ମେହେର,ରମେଶ ଚନ୍ଦ୍ର ପଣ୍ଡା,ଦିନେଶ ବେହେରା, ନିତେଶ ସୁନା, ଜତିରଞ୍ଜନ ପୁଝାରି, କ୍ଷିରସିନ୍ଧୁ ଡାଙ୍ଗ,, ମାନସ ଦାଶ,,ରଥି କୁମ୍ଭାର,ରଜତ ପାତ୍ର...

ଦେବେନ୍ଦ୍ର ସ୍ବାଇଁ,କିଶୋର ସାହୁ,ମନୋହର ପ୍ରଧାନ,ସରୋଜ କୁମାର ଭୋଇ, ମଗଶିର ନନ୍ଦ,ବରୁଣ ସାଗର,ରଞ୍ଜନ ସେଠ,ସୁଶାନ୍ତ କୁମାର ସାହୁ,ବିମଳ ଶିକ୍କା,ପ୍ରମୋଦ ନନ୍ଦ, ଅନନ୍ତ ତାଣ୍ଡି,ଗଣେଶ ନାଇଡୁ,ତୁଳସି ରାମ ବେହେରା,ଗୁଣନିଧି ମିଶ୍ର,ଦିଲିପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post