ପ୍ରଥମ ଥର ପଦ୍ମପୁର ସହରରେ ସୁନାବେଶ ଦର୍ଶନ କଲେ ଭକ୍ତ...

ପ୍ରଥମ ଥର ପଦ୍ମପୁର ସହରରେ ସୁନାବେଶ ଦର୍ଶନ କଲେ ଭକ୍ତ...


ବରଗଡ଼,୦୭/୦୭ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ରଥଯାତ୍ରା ପର୍ବ ରେ ଏଥର ପ୍ରଥମ ଥର ସୁନାବେଶ ଅନୁଷ୍ଠିତ ହେଉଥିବା ରୁ ସହରରେ ଭକ୍ତ ଙ୍କ ପ୍ରବଳ ସମାଗମ ହୋଇଛି।

Ad..


ପଦ୍ମପୁର ସହରର ଜଗନ୍ନାଥ ମନ୍ଦିରରେ କେଉଁ ଆବାହମାନ କାଳରୁ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି । ଜଗନ୍ନାଥ ମନ୍ଦିରରୁ ରଥ  ସହର ପରିକ୍ରମା କରି ଗୋପାଳଜୀ ମନ୍ଦିର ମାଉସୀ ମା ଘରେ ଦଶ ଅବତାର ଅନୁଷ୍ଠିତ ହେଉଥିବା ବେଳେ ବାହୁଡ଼ା ଦିନ ରଥ ଫେରି ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଙ୍କ ମନ୍ଦିର ପ୍ରବେଶ ହୋଇଥାଏ। 

    Ad..


ହେଲେ ଏଥର ପ୍ରଥମ ଥର ସୁନାବେଶ ଅନୁଷ୍ଠିତ ହୋଇଛି। ପଦ୍ମପୁର ସହରର ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ର ପୂଜକ ସ୍ବର୍ଗତ ଇଶ୍ଵର ପଣ୍ଡାଙ୍କ ଇଚ୍ଛାଥିଲା ରଥଯାତ୍ରା ଯେମିତି ବି ପାଳନ ହେଉ  ସୁନାବେଶ ଅନୁଷ୍ଠିତ ହେଉ। 

Ad..


ଏବର୍ଷ ସେହି ମହାନ ପୂଜକ ଙ୍କ ଇଚ୍ଛା ପୁରଣ ହୋଇଛି।  ତିନି ଠାକୁରଙ୍କ ସୁନାବେଶ ମହା ଆଡ଼ମ୍ବରରେ ପାଳନ ହୋଇଛି। ପ୍ରଥମ ଥର ସୁନାବେଶ ଅନୁଷ୍ଠିତ ହେଉଥିବା ରୁ ସହରରେ ବିଲମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ ଲାଗି ରହିଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post