ଛାତ୍ରୀଙ୍କୁ ‘ଫିଡ୍’ ର ଶିକ୍ଷା ସହାୟତା...

ଛାତ୍ରୀଙ୍କୁ ‘ଫିଡ୍’ ର ଶିକ୍ଷା ସହାୟତା...


ବରଗଡ଼,୦୭/୦୭ : ବରଗଡ଼ର ଦାତବ୍ୟ ଅନୁଷ୍ଠାନ "ଫିଡ୍"(ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍  ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ  ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର କୁମାରୀ ଚନ୍ଦ୍ରକାନ୍ତି ହିଆଲ...

     Ad..


ପିତା- ଶ୍ରୀ ଈଶ୍ବର ହିଆଲ ଏବଂ ବରପାଲି ବ୍ଲକ ଅନ୍ତର୍ଗତ ଜୁଲଟ ଗ୍ରାମର କୁମାରୀ ଲକ୍ଷ୍ମୀରାଣୀ କୁମ୍ଭାର, ପିତା- ପ୍ରେମାନନ୍ଦ କୁମ୍ଭାରଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ରାଶି ଯୋଗାଇ ଦିଆଯାଇଛି।

    Ad..


ଚନ୍ଦ୍ରକାନ୍ତି ଝାରସୁଗୁଡାର ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜରେ ପି. ଜି. ପାଠ୍ୟକ୍ରମ ୨୦୨୫-୨୬  ପାଇଁ  ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଓ ନାମ ଲେଖାଇବା ପାଇଁ ୧୯,୨୯୫  ଟଙ୍କାର ଆବଶ୍ୟକତା ହେଉଥିଲା।

Ad..


ଠିକ ସେହିପରି ଲକ୍ଷ୍ମୀରାଣୀ ଆନ୍ଧ୍ରା କେଶରୀ କଲେଜରେ ବିଇଡି ପାଠ୍ୟକ୍ରମ ୨୦୨୫-୨୭  ପାଇଁ  ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଓ ନାମ ଲେଖାଇବା ପାଇଁ ୧୫,୦୦୦ ଟଙ୍କାର ଆବଶ୍ୟକତା ହେଉଥିଲା । 

ମାତ୍ର ଉଭୟଙ୍କ ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କର ପାଠ ପଢାରେ ପ୍ରତିବନ୍ଧକ ସାଜିଥିଲା । ତେଣୁକରି ସେମାନେ ଫିଡ୍ ଟ୍ରଷ୍ଟର ଦ୍ଵାରସ୍ଥ ହୋଇଥିଲେ। 

ଫିଡ୍ ଟ୍ରଷ୍ଟର ଚେୟାରମେନ ଫଣୀନ୍ଦ୍ର କୁମାର ତାଣ୍ଡି ଚନ୍ଦ୍ରକାନ୍ତି ଏବଂ ଲକ୍ଷ୍ମୀରାଣୀଙ୍କର ପାରିବାରିକ ସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ଟ୍ରଷ୍ଟର ଅନ୍ୟ ସଦସ୍ୟ ସୁବାସ ତାଣ୍ଡି, କ୍ରୀଷ୍ଣା ସୁନା, ପ୍ରଦୀପ ନାଗ ଓ ଈଶ୍ବର ନାଗଙ୍କ ସହିତ ସରକଣ୍ଡା ଓ ଜୁଲଟ ଗ୍ରାମକୁ ଯାଇ ଚନ୍ଦ୍ରକାନ୍ତି ଏବଂ ଲକ୍ଷ୍ମୀରାଣୀ ଉଭୟଙ୍କୁ ଦଶ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post