ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ ବରଗଡ଼ ଜିଲ୍ଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ...
ବୁର୍ଲା/ବରଗଡ଼,୦୭/୦୭ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ଥିର, ନିରବଚ୍ଛିନ୍ନ, ଗୁଣାତ୍ମକ ଏବଂ ସ୍ୱଚ୍ଛ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି କେତେକ ଲୋକାଭିମୁଖୀ ପଦକ୍ଷପ ହାତକୁ ନେଉଅଛି।
Ad..
ଏହି ଧାରାରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଜୁଲାଇ ମାସରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ (GRF Camp)ର ଆୟୋଜନ କରାଯାଉଅଛି।
Ad..
ଏଣୁ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ ଯେ, ସେମାନେ ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ନିଜର ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ।
Ad..
ବରଗଡ଼ ଜିଲ୍ଲାର ଝାରବନ୍ଧ ସ୍ଥିତ ସେକ୍ସନ ଅଫିସ୍ ଠାରେ ଆସନ୍ତାକାଲି ଅର୍ଥାତ ଜୁଲାଇ 08 ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି।
ସେହିପରି ଗୋଡ଼ଭଗା ଓ ଲରମ୍ଭା ସ୍ଥିତ ସେକ୍ସନ ଅଫିସ୍ ଠାରେ ଜୁଲାଇ 09 ତାରିଖ, ବରଗଡ଼ ସ୍ଥିତ ସବ-ଡିଭିଜନ୍ ଅଫିସ୍-1 ଠାରେ ଜୁଲାଇ 10 ତାରିଖ, ବରପାଲି ସ୍ଥିତ ଉଭୟ ସେକ୍ସନ ଅଫିସ୍ ଠାରେ ଜୁଲାଇ 15 ତାରିଖ ଦିନ, ଭଟଲି ସ୍ଥିତ ସବ-ଡିଭିଜନ୍ ଅଫିସ୍ ଠାରେ ଜୁଲାଇ 16 ତାରିଖ ଦିନ...
ସୋହେଲା ସ୍ଥିତ ଉଭୟ ସେକ୍ସନ ଅଫିସ୍ ଠାରେ ଜୁଲାଇ 17 ତାରିଖ ଦିନ, ତୁରୁଙ୍ଗା ସ୍ଥିତ ସେକ୍ସନ ଅଫିସ୍ ଠାରେ ଜୁଲାଇ 18 ତାରିଖ ଦିନ, ପଦ୍ମପୁର ସ୍ଥିତ ଉଭୟ ସେକ୍ସନ ଅଫିସ୍ ଠାରେ ଜୁଲାଇ 22 ତାରିଖ ଦିନ, ଭେଡେନ୍ ଓ ଥୁଆପାଲି ସ୍ଥିତ ସେକ୍ସନ୍ ଅଫିସ୍ ଠାରେ ଜୁଲାଇ 23 ତାରିଖ ଦିନ ଏବଂ ତୋରା ସ୍ଥିତ ସେକ୍ସନ୍ ଅଫିସ୍ ଠାରେ ଜୁଲାଇ 24 ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି।
Report : Bijay ku sahu
Edited by k.s thakur...




