"ସବୁଜ ବିଦ୍ୟାଳୟ" ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ...
ବରଗଡ଼,୦୭/୦୭ : ବିଦ୍ୟାଳୟ ପରିବେଶ କୁ ସବୁଜ ସୁନ୍ଦର ରଖିବା ପାଇଁ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ୟୁଥ୍ ଏଣ୍ଡ ଇକୋ କ୍ଲବ୍ ଆନୁକୁଲ୍ୟରେ ସବୁଜ ବିଦ୍ୟାଳୟ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି ।
Ad..
ପ୍ରଧାନ ଶିକ୍ଷକ ସୁଦୀପ ରଥ ଙ୍କ ଅଧ୍ୟକ୍ଷତା ଓ ୟୁଥ୍ ଏଣ୍ଡ ଇକୋ କ୍ଲବ୍ ଭାର ପ୍ରାପ୍ତ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ,ଶିକ୍ଷୟିତ୍ରୀ ସୁନୀତା ମିଶ୍ର...
Ad..
ବବିତା ନାଏକ,ଭାରତୀ ସେଟ୍ ପ୍ରମୁଖ ଯୋଗ ଦେଇ ସ୍କୁଲ ପରିବେଶ କୁ ସବୁଜ ଓ ସୁନ୍ଦର ରଖିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ ଦେଇ ପ୍ରତି ଛାତ୍ର ଛାତ୍ରୀ ଏଥି ପାଇଁ ଯତ୍ନଶୀଳ ହେବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ ।
Ad..
ଏହି ଅବସର ରେ ସ୍କୁଲ ପରିସର ରେ ବୃକ୍ଷ ରୋପଣ କରାଯିବା ସହ ପୂର୍ବରୁ ଲଗାଯାଇଥିବା ଗଛ ଗୁଡ଼ିକର ରକ୍ଷଣା ବେକ୍ଷଣ ସହିତ ଯତ୍ନ ନେବା କୁ ଉପସ୍ଥିତ ସବୁଜ ବାହିନୀ ଛାତ୍ର ଛାତ୍ରୀ ମାନେ ସଂକଳ୍ପ ନେଇଥିଲେ ପରିଶେଷରେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




