ଜିଲ୍ଲାସ୍ତରୀୟ ସ୍ବାଧିନତା ଦିବସ-୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
ବରଗଡ଼,୩୧/୦୭ : ଆଗାମୀ ୭୯ତମ ସ୍ତରୀୟ ସ୍ବାଧିନତା ଦିବସ ୨୦୨୫ ମହା ସମାରୋହରେ ପାଳନ କରିବା ନିମନ୍ତେ ଅତିରକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Ad..
ଏଥିରେ ଆଗାମୀ ସ୍ବାଧିନତା ଦିବସକୁ ମହା ଆଡମ୍ବର ସହକାରେ ପାଳନ କରିବା ପାଇଁ ଆଲୋଚନା ହେବା ସହ ଉତ୍ସବ ପାଳନ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ବୈଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ରାମଧୂନ ବଜାଇବା ଠାରୁ ଆରମ୍ଭ କରି,ପ୍ରଭାତ ଫେରୀ...
Ad..
ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ମାଲ୍ୟାର୍ପଣ କରିବା, ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ର ଛାତ୍ରୀମାନଙ୍କୁ ନେଇ ବକୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଏବଂ ଦେଶାତ୍ମବୋଧକ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରିବା ପାଇଁ ଆଲୋଚନା କରାଯାଇଥିଲା।
Ad..
ବୈଠକରେ ବିଭିନ୍ନ ସ୍କୁଲ, କଲେଜ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନ/କ୍ଲବର ସଦସ୍ୟଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ସଭା ପରିଚାଳନା କରିଥିଲେ।
Report : Bijay ku sahu
Edited by k.s thakur...





