ପଦ ହରାଇବେ କଣ୍ଡପଲା ସରପଞ୍ଚ ; ସାଢେ ତିନି ବର୍ଷ ପରେ ଗୋମତୀଙ୍କୁ ମିଳିଲା ନ୍ୟାୟ...

ପଦ ହରାଇବେ କଣ୍ଡପଲା ସରପଞ୍ଚ ; ସାଢେ ତିନି ବର୍ଷ ପରେ ଗୋମତୀଙ୍କୁ ମିଳିଲା ନ୍ୟାୟ...


ଅମ୍ବାଭୋନା,୦୧/୦୮ : - ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ କଣ୍ଡପଲା ଗ୍ରାମ ପଞ୍ଚାୟତ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ବେଳେ ଯାଞ୍ଚ ପ୍ରକ୍ରିୟା ରେ ହୋଇଥିବା ଅନିୟମିତତା ଘଟଣାରେ ଆଶାୟୀ ପ୍ରାର୍ଥୀ ଗୋମତୀ ଦାସଙ୍କୁ ଦିର୍ଘ ସାଢେ ତିନି ବର୍ଷ ପରେ ନ୍ୟାୟ ମିଳିଛି। 

Ad..


ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧୀନୀୟମ ୧୯୬୫ ଆଧାରରେ କଣ୍ଡପଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଲତା ସେଠ ଙ୍କ ଅପ୍ରତିଦ୍ଵନ୍ଦୀ ଭାବେ ହାତେଇଥିବା ସରପଞ୍ଚ ପଦ କୁ ମାନ୍ୟବର ସିଭିଲ ଜଜ୍ ବରଗଡ଼ ନିର୍ବାଚନ ମିସ କେଶ ନଂ ୦୧/୨୦୨୨ ବଳରେ ଶୁଣାଣି କରି ଅସିଦ୍ଧ ଘୋଷଣା କରିଛନ୍ତି। 

Ad..


ବିଗତ ୨୦୨୨ ପଞ୍ଚାୟତ ନିର୍ବାଚନ ବେଳେ ଲତା ସେଠ ଙ୍କ ଆପତ୍ତି ଆଧାରରେ ତତ୍କାଳୀନ ପଞ୍ଚାୟତ ନିର୍ବାଚନ ଅଧିକାରୀ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ଆପତ୍ତି କାରୀଙ୍କ ପ୍ରତି ଆନୁଗତ୍ୟ ଦେଖାଇ ଅନ୍ଯ ଦୁଇ ଆଶାୟୀ ପ୍ରାର୍ଥୀ ଗୋମତୀ ଦାସ ଓ କରମବତୀ ଦାସଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିଥିଲେ। 

Ad..


ଏପରିକି ସେମାନଙ୍କୁ ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦେଇ ନ ଥିଲେ। ଏହାକୁ ଚାଲେଞ୍ଜ କରି ଆଶାୟୀ ପ୍ରାର୍ଥୀ ଗୋମତୀ ଦାସ ଶେଷରେ ମାନ୍ଯଵର ସିଭିଲ ଜଜ୍ ତଥା ପ୍ରିଜାଇଡିଙ୍ଗ ଅଫିସର ନିର୍ବାଚନ ଟ୍ରିବ୍ୟୁନାଲ, ବରଗଡ଼ ର ଦ୍ବାରସ୍ଥ ହୋଇ ନିର୍ବାଚନ ମିସ କେସ୍ ନଂ ୦୧/୨୦୨୨ ରେ ମାମଲା ଦାଏର କରିଥିଲେ।

Ad..


ମାନ୍ୟବର ସିଭିଲ ଜଜ୍ ସମସ୍ତ କାଗଜପତ୍ର ଯାଞ୍ଚ ସହ ସାକ୍ଷ୍ୟ ଓ ପ୍ରତିପକ୍ଷ ଙ୍କ ବୟାନ ରେକର୍ଡ କରି ଓଡିଶ ଗ୍ରାମ ପଞ୍ଚାୟତ ନୀୟମ ୧୯୬୪ ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନୀୟମ ୧୯୬୫ ଆଧାରରେ କଣ୍ଡପଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଲତା ସେଠ ଙ୍କ ପଦ କୁ ଅସିଦ୍ଧ ଘୋଷଣା କରିବା ସହ... 

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଉପ ଧାରା ୩୮(୪) ବଳରେ କଣ୍ଡପଲା ସରପଞ୍ଚ ପଦକୁ ଖାଲି ପଡିଥିବା ଘୋଷଣା କରିଛନ୍ତି।ଏଥି ସହିତ ମାମଲା ସମ୍ବନ୍ଧୀୟ  ରାୟ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଉପ ଜିଲ୍ଲାପାଳ ବରଗଡ଼ ଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post