ଜନ୍ମ ମାଟିରେ ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ପାଳିତ...
ବରଗଡ଼/ବରପାଲି,୦୯/୦୭ : କୁମ୍ଭାରୀ ଆଜାଦ୍ ଯୁବକ ସଂଘ ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମ ବାର୍ଷିକୀ ଗୁରୁଙ୍କ ଜନ୍ମ ମାଟି କୁମ୍ଭାରୀ ରେ ପାଳିତ ହୋଇଯାଇଛି।
Ad..
ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ ଭାଗବତିଆଙ୍କ ସଭାପତିତ୍ବରେ ସ୍ବାଗତ କରିଥିଲେ ସୁମନ୍ତ ବାରିକ, ଅତିଥି ପରିଚୟ ନିର୍ଦ୍ଦେଶକ ରାମଜୀ ପ୍ରଧାନ,ନିର୍ଦ୍ଦେଶକ ପ୍ରଦିପ ସାହୁଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ପ୍ରାଧ୍ୟାପକ ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ପଣ୍ଡା...
Ad..
ସମ୍ମାନିତ ଅତିଥି କବି ନିରଞ୍ଜନ ପଣ୍ଡା, କବି ଭିକାରୀ ଚରଣ ପଧାନ ବିପ୍ର ଚରଣ ସାହୁ, କୃଷ୍ଣ ଚନ୍ଦ୍ର ପଣ୍ଡା, ମୂଖ୍ୟ ବକ୍ତା କବି ଆଲୋଚକ ଧର୍ମରାଜ ପ୍ରଧାନ, ସମ୍ମାନିତ ବକ୍ତା ଡ଼ ନାରାୟଣ ଭୋଇ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ସାରା ଜୀବନ ତ୍ୟାଗ ଅବଦାନ ଉପରେ ଆଲୋକପାତ କରିଥିଲେ।
Ad..
ସଭା ପୂର୍ବରୁ ଶୋଭାଯାତ୍ରାରେ ଗୁରୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ,ସଭାପରେ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ଆସର ଅନୁଷ୍ଠିତ ହୋଇଥିଲା, କବି ଉଦ୍ଧବ ବାରୀକ ନୂରାବତୀ ସାହୁ, ମନୋଜ ବାଗ, ବିକ୍ରମ ସାହୁ ଏବଂ ଏବଂ ଅନେକ କବି କବିତା ପାଠ କରିଥିଲେ।
କାର୍ଯ୍ୟକ୍ରମ ଆୟୋଜନରେ ଗୋପବନ୍ଧୁ ସାହୁ ସୁମନ୍ତ ବାରିକ ମନୋଜ ଦାଶ ରମେଶ ମାଝି ସେବାନନ୍ଦ ନାୟକ ସଚିନ ମହାପାତ୍ର ଯଶୋବନ୍ତ ମହାପାତ୍ର ସହଯୋଗ କରିଥିଲେ।ଶେଷରେ ରମେଶ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




