ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରେ ଚଳିତ ବର୍ଷରୁ ଯୁକ୍ତ ତିନି ବିଭାଗରେ ବିଜ୍ଞାନ ଶ୍ରେଣୀ ଖୋଲିଲା...
ଗାଇସିଲେଟ,୦୯/୦୭ :- ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପତ୍ର ସଂଖ୍ୟା -୩୩୪୮୧,ତା-୨୫.୦୬.୨୦୨୫ ରିଖ ନିର୍ଦ୍ଦେଶ ଅନୁସାରେ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରେ ଚଳିତ ବର୍ଷରୁ ଯୁକ୍ତ ତିନି ବିଭାଗରେ ବିଜ୍ଞାନ ଶ୍ରେଣୀ ଖୋଲିବା ପାଇଁ ଅନୁମତି ପାଇଛନ୍ତି ।
Ad..
୧୨୮ ସଂଖ୍ୟା ବିଶିଷ୍ଟ ବିଜ୍ଞାନ ଶ୍ରେଣୀରେ ପଦାର୍ଥ ବିଜ୍ଞାନ -୨୪ , ରସାୟନ ବିଜ୍ଞାନ -୨୪ ଓ ଗଣିତ (ସମ୍ମାନ)-୨୪, ଉଦ୍ଭିଦ ବିଜ୍ଞାନ-୧୬, ଜୀବ ବିଜ୍ଞାନ -୧୬ ଓ କମ୍ପ୍ୟୁଟର ବିଜ୍ଞାନ -୧୬ ସିଟ ସମ୍ମାନ ବିଭାଗରେ ଛାତ୍ରୀଛାତ୍ର ଚଳିତ ଶିକ୍ଷା ବର୍ଷରୁ ନାମ ଲେଖାଇ ପାରିବେ ।
Ad..
ଏହି ଖବର ପାଇଲା ପରେ ଗାଇସିଲେଟ ଅଞ୍ଚଳରେ ଶିକ୍ଷା ପ୍ରେମୀ ବୁଦ୍ଧିଜୀବୀ ଓ ଅଭିଭାବକ ମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି, ଏଥି ସହ ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ , ଉଚ୍ଚ ଶିକ୍ଷାମନ୍ତ୍ରୀ , ବିଭାଗୀୟ ଶାସନ ସଚିବ , ବରଗଡ ସାଂସଦ...
Ad..
ବିଜେପୁର ବିଧାୟକ ସମସ୍ତଙ୍କୁ ଅନୁଷ୍ଠାନ ରୁ ଅଧ୍ୟକ୍ଷ , ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଙ୍କ ତରଫରୁ ପ୍ରଶଂସା କରିବା ସହ ଧନ୍ୟବାଦ କରାଯାଇଛି ।
Report : Bijay ku sahu
Edited by k.s thakur...




