ରକ୍ତ ଦାନ ଦେଇ ଜୀବନ ବଞ୍ଚାଇଲେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସଦସ୍ୟ ଦେବରାଜ...

ରକ୍ତ ଦାନ ଦେଇ ଜୀବନ ବଞ୍ଚାଇଲେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସଦସ୍ୟ ଦେବରାଜ...


କଣ୍ଟାବାଞ୍ଜି,୧୦/୦୭ : ଓଡିଶା ଡ୍ରାଇଭର ମହାସଂଘ ବିଗତ ତିନି ଦିନ ହେବ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରୁଅଛି। ଏହାକୁ ସମର୍ଥନ ଜଣାଇ ଡ୍ରାଇଭରମାନେ ଆନ୍ଦୋଳନ କୁ ଓହ୍ଲେଇ ଥିବାରୁ ରାଜ୍ୟ ବ୍ଯାପୀ ପ୍ରଭାବ ବିଗତ ଦୁଇ ଦିନ ରୁ ଦେଖାଯାଉଛି।

Ad..


ଆନ୍ଦୋଳନ ରେ କାର୍ଯ୍ୟରତ ଥାଇ ମଧ୍ୟ ଜନ ହିତକର କାର୍ଯ୍ୟ ରେ ମଧ୍ୟ  କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସହଯୋଗ କରୁଛି। ଆଜି ଜଣେ ଅସହାୟ କୁ ରକ୍ତ ଅଭାବରୁ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। 

   Ad..


କିନ୍ତୁ ସେହି ଗ୍ରୁପ ର ରକ୍ତ ସ୍ଥାନୀୟ ବ୍ଲଡ଼ ବ୍ୟାଙ୍କ ରେ ଉପଲବ୍ଧ ନ ଥିଲା। ଯାହାକୁ ନେଇ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସହିତ ଯୋଗା ଯୋଗ କରିଥିଲେ ରୋଗୀଙ୍କ ପରିଜନ। ରୋଗୀ ଅସୁବିଧା କୁ ଦେଖି କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସଦସ୍ୟ ଦେବରାଜ ପାନିକ ରକ୍ତ ଦାନ ଦେଇ ଜଣେ ଅସହାୟ ଜୀବନ ବଞ୍ଚାଇ ଥିଲେ।

    Ad..


ଏହି ଅବସରରେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ଅନେକ ସଦସ୍ୟଙ୍କ ସହ ରୋହିତ ଅଗ୍ରୱାଲ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ର ଏହି ମହତ୍ କାର୍ଯ୍ୟ ପାଇଁ ଜନ ସାଧାରଣରେ ପ୍ରଶଂସା କରାଯାଉଛି।



Edited by k.s thakur...

Post a Comment

Previous Post Next Post