ରାହୁଲଙ୍କ ସମାବେଶ ନେଇ ଚିନ୍ତାରେ କଂଗ୍ରେସ ; ଆମ ସମାବେଶକୁ ଆସୁଥିବା ଗାଡିକୁ ଅଟକାନ୍ତୁ ନାହିଁ : ଭକ୍ତ ଚରଣ ଦାସ...
ଭୁବନେଶ୍ବର,୧୦/୦୭ : ଜୁଲାଇ ୧୧ରେ ଆୟୋଜିତ ହେବାକୁ ଥିବା କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ମହାସମାବେଶରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Ad..
ତାଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଭୁବନେଶ୍ବର ଆସିବେ।ତେବେ ରାହୁଲଙ୍କ ସମାବେଶକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଛି। ଡ୍ରାଇଭରଙ୍କ ଷ୍ଟିଆରିଂ ଛାଡ ଆନ୍ଦୋଳନ ଭିତରେ ସମାବେଶକୁ କାର୍ଯ୍ୟକର୍ତ୍ତା କିପରି ଆସିବେ ସେନେଇ ଚିନ୍ତା ସୃଷ୍ଟି ହୋଇଛି।
Ad..
ସମ୍ବିଧାନ ବଞ୍ଚାଓ ସମାବେଶରେ ବ୍ୟାପକ ଭାବରେ ଲୋକ ଆସିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ଚେଷ୍ଟା କରୁଛୁ।କିନ୍ତୁ ଏହି ସମୟରେ ଆମ ସାମ୍ନାରେ ଅନେକ ସମସ୍ୟା ଦେଖା ଦେଇଛି। କଂଗ୍ରେସକୁ ଟାର୍ଗେଟ କରି ଓଡ଼ିଶା ଲୋକଙ୍କୁ ହଇରାଣ କରି ପାରିବେନି ରାଜ୍ୟ ସରକାର।
Ad..
ରାଜ୍ୟରେ ଏକ ଘଡିସନ୍ଧି ମୁହୂର୍ତ୍ତରେ ଆମର ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି। ରାହୁଲ ଆସିଲେ ଓଡ଼ିଶାରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି ହେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।ଆମ ନେତା ରାହୁଲଙ୍କ ଭାଷଣ ଶୁଣିବା ପାଇଁ ଲୋକ ଆଗ୍ରହର ସହ ଅପେକ୍ଷା କରିଛନ୍ତି।
ବିଜେପି ସରକାର କ୍ଷମତାରେ ଅଛନ୍ତି ବୋଲି କ’ଣ ଯାହା ନାହିଁ ତାହା କରିବେ। ଡ୍ରାଇଭର ଆସୋସିଏସନ ଆନ୍ଦୋଳନକୁ ସମାଧାନର ରାସ୍ତା ବାହାର କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ନୁହନ୍ତି। କଂଗ୍ରେସ ବିରୋଧରେ ଷଡଯନ୍ତ୍ର କରୁଛନ୍ତି।
ସରକାର ଲୋକଙ୍କୁ ରୋକିବା ପାଇଁ ବଡ଼ ଯୋଜନା କରୁଛନ୍ତି। ଲୋକ ହଇରାଣ ହୁଅନ୍ତୁ କିନ୍ତୁ ଆମେ ରାଜନୀତି କରିବୁ।ରାହୁଲଙ୍କ ସମାବେଶ ଭଣ୍ଡୁର କରିବାକୁ ସରକାର ଡ୍ରାଇଭର ଆନ୍ଦୋଳନର ସମାଧାନ କରୁନାହାନ୍ତି। ସରକାର ଆଲୋଚନା କରି ଏହାର ସମାଧାନ କରନ୍ତୁ।
ଡ୍ରାଇଭର ଆନ୍ଦୋଳନ ସନ୍ଧ୍ୟା ସୁଦ୍ଧା ପ୍ରତ୍ୟାହାର କରନ୍ତୁ। ଡ୍ରାଇଭରମାନଙ୍କୁ ନିବେଦନ ଆମ ସମାବେଶକୁ ଆସୁଥିବା ଗାଡିକୁ ଅଟକାନ୍ତୁ ନାହିଁ । ଆମେ ଆପଣଙ୍କ ସାଥିରେ ଅଛୁ ବୋଲି ଭକ୍ତଚରଣ ଦାସ କହିଛନ୍ତି।
Edited by k.s thakur...
Tags:
Bhakta charan das
Bhubaneswar
congress
driver union strike
latest news
latest update
program
Rahul Gandhi




