ଆଜି ସୁଦ୍ଧା ଡ୍ରାଇଭର୍ଙ୍କ ସମସ୍ୟା ହେବ ସମାଧାନ: ଯୋଗାଣ ମନ୍ତ୍ରୀ...
ଭୁବନେଶ୍ଵର,୧୦/୦୭ : ତିନି ଦିନ ହେଲାଣି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ମହାସଂଘ। ୭ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ରାଜ୍ୟ ଡ୍ରାଇଭର ସଂଘ। ଗମନାଗମନ ସହିତ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଉପରେ ପ୍ରଭାବ ପଡ଼ିଛି।
Ad..
ଅନ୍ୟପକ୍ଷରେ ତେଲ ସଙ୍କଟ ଆଶଙ୍କାରେ ପେଟ୍ରୋଲ ପମ୍ପ୍ ନିକଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ରାତି ସୁଦ୍ଧା ଡ୍ରାଇଭର ସଂଘ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ।
Ad..
ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ। ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ। ଟାଙ୍କିରେ ତେଲ ମହଜୁତ ରହିଛି, ତେଣୁ କେହି ଭୟଭୀତ ହୁଅନ୍ତୁ ନାହିଁ। ସେହିପରି ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ।
Ad..
ଯଦି କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ପେଟ୍ରୋଲିୟମ୍ ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ହୋଇଥିବା ଜଣାପଡିଛି। ଲୋକସେବା ଭବନରେ ତେଲ ଯୋଗାଣ ନେଇ ଆଲୋଚନା କରାଯାଉଥିବା ସୂଚନା ମିଳିଛି । ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ କରାଯାଇଛି।
Edited by k.s thakur...
Tags:
Bhubaneswar
drive mahasangh strike
food and supply minister
krushna Chandra Patra
latest news
latest update




