ବରଗଡ ଜିଲ୍ଳାରେ ଲଗାଣ ବର୍ଷା ପରେ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ଆମ୍ ଆଦମୀ ପାର୍ଟିର ଦାବୀ...

ବରଗଡ ଜିଲ୍ଳାରେ ଲଗାଣ ବର୍ଷା ପରେ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ଆମ୍ ଆଦମୀ ପାର୍ଟିର ଦାବୀ...


ବରଗଡ଼,୧୧/୦୭ : ବରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଥିବା ବେଳେ ପ୍ରଭାବିତ ଲୋକଙ୍କୁ ଙ୍କୁ ପଲିଥିନ ଖଣ୍ଡେ ବି ମିଳୁ ନାହିଁ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି।

      Ad..


ରାଜସ୍ବ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରିଛି ଆପ୍। ସୂଚନା ଅନୁସାରେ ଜିଲ୍ଲାରେ ସର୍ବାଧିକ ୫୫୪ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବର୍ଷା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ...

      Ad..


 ଅନ୍ୟପଟେ ସବୁ ପ୍ରକାର ସରକାର ପ୍ରସ୍ତୁତ ଅଛି ବୋଲି କହୁଥିବା ବେଳେ ବରଗଡ ଜିଲ୍ଳାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ବର୍ଷା ରେ ଯେଉଁମାନଙ୍କ ମାଟି ଘରେ ପାଣି ପଶି ଯାଉଛି କିମ୍ବା ଘର ଭାଙ୍ଗିଵା ଅବସ୍ଥା କୁ ପହଁଚୁଛି ସେମାନଂକୁ ସରକାରଙ୍କ ତରଫରୁ ପୋଲଥିନି ଖଣ୍ଡେ ବି ଦିଆଯାଉ ନାହିଁ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି। 

Ad..


ସେହିପରି ବରଗଡ ତହସିଲ ଅଫିସରେ କେହି ବି ଶୁଣିବା ପାଇଁ ନାହାନ୍ତି ସାଧାରଣ ଲୋକଙ୍କୁ କେବଳ ହଇରାଣ କରୁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଗ୍ରହଣ କରିଥିବା ବେଳେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। 

ଆମ୍ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ସମ୍ପାଦକ ସ୍ୱରୂପ ଭୋଇ, ମାରିୟମ ବାର୍ଲା, ଅସିତ ସାହୁ, ମିଲୁ ନାଗ, ପ୍ରଦୀପ ବିଶ୍ୱାଳ, ଦେବେନ୍ଦ୍ର ପ୍ରଧାନ, ନିଖିଳ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପଦକ୍ଷେପ ଗ୍ରହଣ ନକଲେ ପାର୍ଟି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post