ଝାରସୁଗୁଡ଼ା ରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ପାଳିତ...
ବରଗଡ଼/ଝାରସୁଗୁଡ଼ା,୧୦/୦୭ : ସ୍ଥାନୀୟ ସଂସ୍କାର ପବ୍ଲିକ ସ୍କୁଲରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ,ଝାରସୁଗୁଡ଼ା ଓ ଉତ୍କଳ ସାହିତ୍ୟ ସମାଜ, ଝାରସୁଗୁଡ଼ାର ମିଳିତ ଆନୁକୂଲ୍ଯରେ ଉତ୍କଳ ସାହିତ୍ୟ ସମାଜର ଆବାହିକା ଅଧ୍ୟାପିକା ମନ୍ଦାକିନୀ ଶତପଥୀଙ୍କ ସଭାପତିତ୍ବରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Ad..
ଉକ୍ତ ଉତ୍ସବରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଲୟ, ଝାରସୁଗୁଡ଼ାର ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି, ମହିଳା ମହାବିଦ୍ୟାଳୟ, ଝାରସୁଗୁଡ଼ାର ପ୍ରାକ୍ତନ ଅଧ୍ୟକ୍ଷ ଡ.ସରୋଜ କୁଅଁର ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଗୁରୁ ଭଗବାନ ସାହୁଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରି...
Ad..
ଆଗାମୀ ପିଢି଼ଙ୍କୁ ଅବଗତ କରିବା ପାଇଁ ପ୍ରତ୍ୟେକ ସଚେତନ ସଂସ୍କୃତି ପ୍ରେମୀ ପ୍ରୟାସ କରିବା ଉଚିତ ବୋଲି ମତପ୍ରକାଶ କରିଥିଲେ।ପଶ୍ଚିମାଞ୍ଚଳ ଏକତାମଞ୍ଚର ସଭାପତି ରାଜେଶ ପାଢ଼ୀ ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ସଦସ୍ୟା ଅଞଳି ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ପୁଷ୍ପାଞଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।




