ଓଡ଼ିଶାରେ ଯାହା ବି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ, ବିଜେପିର ଅବଦାନ ଜିରୋ: ମଲିକାର୍ଜୁନ ଖଡ୍ଗେ...
ଭୁବନେଶ୍ଵର,୧୧/୦୭ : ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍ଗେଙ୍କ ସମ୍ବୋଧନ । ବିଜେପିକୁ ଟାର୍ଗେଟ କରି ଖଡ୍ଗେ କହିଛନ୍ତି ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି ।
Ad..
କଂଗ୍ରେସ ଓଡିଶାରେ ଏନଟିପିସି, ହୀରାକୁଦ ଡ୍ୟାମ, ପରାଦୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଭଳି ଅନେକ ସରକାରୀ ସଂସ୍ଥା ନିର୍ମାଣ କରିଥିଲା । ଓଡ଼ିଶା ଓ ଭୁବନେଶ୍ୱର ପାଇଁ ବିଜେପିର ଅନୁଦାନ ଶୂନ୍ୟ, କେବଳ କଂଗ୍ରେସ ବିଚାରଧାରାକୁ ବିରୋଧ କରି ଲୋକଙ୍କୁ ଭୂଆଁ ବୋଲାଉଛି ବିଜେପି । ଏମାନେ ଏଠାରେ କିଛି କାମ କରିନାହାନ୍ତି ।
Ad..
ଓଡ଼ିଶା ପାଇଁ କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିନାହାନ୍ତି, କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ଆମେ ଓଡିଶାର ଜନତାଙ୍କ ବିକାଶ ପାଇଁ ଯେଉଁ ସରକାରୀ ସଂସ୍ଥା ନିର୍ମାଣ କରିଥିଲୁ ତାହାକୁ ଏବେ ବିଜେପି ସରକାର କିଛି ପୁଞ୍ଜିପତିଙ୍କୁ ବିକ୍ରି କରିବାରେ ଲାଗିଛି ।
Ad..
ସେ ଆଉ ମଧ୍ୟ କହିଛନ୍ତି ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ । ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି । ୪ରୁ ୫ଜଣ ଶିଳ୍ପପତୀ ଓଡ଼ିଶାକୁ ଚଳାଉଛନ୍ତି।
ଆଦିବାସୀ ଓ ଦଳିତଙ୍କୁ ଏଠି ଅଣଦେଖା କରାଯାଉଛି। ମୋଦି ସରକାର ଇଡି, ସିବିଆଇ ଦେଖାଇ ଡରାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଆପଣ ଡରିବେନି, ଡରିଲେ ମରିବେ। ଦୃଢତାର ସହ ଏହାର ମୁକାବିଲା କରନ୍ତୁ ।
ଏହା ସହ ଭାରତ-ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ୧୬ ଥର କହିଛନ୍ତି । କିନ୍ତୁ ମୋଦି ଥରୁଟିଏ ବି ଏହା ବିରୋଧରେ କହିଲେନି ।
Edited by k.s thakur...
Tags:
Bhubaneswar
BJP
congress
latest news
latest update
mallikarjun khadge
odisha daily current affairs
samvidhan bachao abhiyan




