ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ: ବିଜେପି...

ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ: ବିଜେପି...


ଭୁବନେଶ୍ୱର,୧୧/୦୭ : ଆଜି କଂଗ୍ରେସ ଭୁବନେଶ୍ୱର ଠାରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହେଉଛି। ଏହି ସମୟରେ ବିଜେପି ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। 

Ad..


ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି କଂଗ୍ରେସ ଏକ ଅସ୍ତଗାମୀ ରାଜନୈତିକ ଦଳ। କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଛି। କଂଗ୍ରେସ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି । ତେଣୁ ଏହା ସମ୍ବିଧାନ ବଞ୍ଚାଅ ନୁହଁ କଂଗ୍ରେସ ବଞ୍ଚାଅ ଅଭିଯାନ। 

      Ad..


କଂଗ୍ରେସ ଗଣତନ୍ତ୍ରର କଥା କହିବା, ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିବା ସହ ସମାନ। ଗତ ୩ଟା ସାଧାରଣ ନିର୍ବାଚନଗୁଡ଼ିକରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁ ପାରୁ ନାହିଁ। ତେଣୁ ନିମ୍ନଗାମୀ ହେଉଥିବାବେଳେ କଂଗ୍ରେସ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସ ବଞ୍ଚାଓ ସମାବେଶ କରୁଛି।

    Ad..


ସେ ଆଉ ମଧ୍ୟ କହିଛନ୍ତି ଏହି ରାଜନୈତିକ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ବିଗତ ସମୟରେ ବାପା- ଝିଅ, ମା- ପୁଅ, ସ୍ୱାମୀ- ସ୍ତ୍ରୀଙ୍କ ଦଳ ଥିଲା । ବର୍ତ୍ତମାନ ସମୟରେ ମା-ପୁଅ ଏବଂ ଝିଅ-ଜ୍ୱାଇଁରେ କଂଗ୍ରେସ ଦଳ ଚାଲିଛି । 

କଂଗ୍ରେସର ଅଧ୍ୟକ୍ଷ ମଳିକାର୍ଜୁନ ଖଡ଼ଗେ ବିଗତ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ଦେଇଥିବା ବୟାନ ଘୋର ନିନ୍ଦନୀୟ। ଓଡ଼ିଶା ମାଟିର ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି। ଏହା କ’ଣ ସମ୍ବିଧାନର ଅପମାନ ନୁହେଁ ବୋଲି ପ୍ରଶ୍ନ କଲା ବିଜେପି।




Edited by k.s thakur...

Post a Comment

Previous Post Next Post