କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ ନେଇ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ...
ବରଗଡ,୧୮/୦୭ : କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ, ନିଷେଧ ଓ ନିରାକରଣ ଆଇନ ୨୦୧୩ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ସ୍ଥାନୀୟ ଜଳ ବିଭାଜିକା ପ୍ରକଳ୍ପ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି।
Ad..
ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ କର୍ମଶାଳରେ ଆଇନଜୀବୀ ଶ୍ରୀମତୀ ଭୈରବୀ ସାହୁ ଏବଂ ଶ୍ରୀ ସୀତାରାମ ମେହେର ସାଧନ କର୍ମୀ ଭାବେ ଯୋଗ ଦେଇ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ, ନିଷେଧ ଓ ନିରାକରଣ ଆଇନ ୨୦୧୩ର ମୂଳ ଲକ୍ଷ୍ୟ ବୁଝାଇ...
Ad..
କହିବା ସହ କର୍ମସ୍ତଳରେ ମହିଳାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡନ ରୋକିବା ପାଇଁ ଆଭ୍ଯନ୍ତରୀଣ ଅଭିଯୋଗ କମିଟି ଏବଂ ସ୍ଥାନୀୟ ଅଭିଯୋଗ କମିଟିର ଗଠନ ଓ କାର୍ଯ୍ୟ ପ୍ରକ୍ରିୟା ତଥା କମିଟିର ସଦସ୍ୟ ଚୟନ ପ୍ରକ୍ରିୟା ସଦସ୍ୟଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୁଝାଇ ଯୌନ ନିର୍ଯ୍ୟାତନା ନିବାରଣ ଜିଲ୍ଲା ଅଧିକାରୀ ଏବଂ ନୋଡାଲ ଅଧିକାରୀଙ୍କ କର୍ତ୍ତବ୍ୟ ବିଷୟରେ କହିଥିଲେ।
Ad..
ଡ଼ିଏସଡ଼ବ୍ଲୁଓ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ଅଗ୍ରଣୀ ସାମଜସେବା ଅନୁଷ୍ଠାନ ତଥା ଏନଜିଓ କର୍ମୀଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...




