ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ...

ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ...


ନୂଆପଡ଼ା,୧୮/୦୭ : ନୂଆପଡ଼ା ଜିଲ୍ଲା କୋମନା ଥାନା ସାହାଜଟ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ର ଅଶ୍ୱିନୀ ଦାସ ବନଛୋର ମୃତ୍ୟୁ ପରେ କାର୍ଯାନୁଷ୍ଠାନ ନେଲେ ଜିଲ୍ଲାପାଳ। ସାହାଜଟ ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ। 

Ad..


କାର୍ଯ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ କରାଯାଇଛି।ଅନ୍ୟପଟେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ଦାବି । କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ହେଲା ଜଣାପଡିନାହିଁ।

      Ad..


ସୂଚନା ଯୋଗ୍ୟ; ଖଡ଼ିଆଳ ଥାନା ବଡ଼ମହେଶ୍ୱର ଗାଁର ତୁଳସୀ ଦାସ ବନଛୋରଙ୍କ ପୁଅ ଆଶ୍ଵିନୀ ସାହାଜଟ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ବୁଧବାର ସନ୍ଧ୍ୟାରେ ଅଶ୍ୱିନୀ ସେବାଶ୍ରମ ପରିସର ବାହାରକୁ ଯାଇଥିଲେ। 

    Ad..


ରାତିରେ ଅଶ୍ୱିନୀ ବେକରେ ଶାଲ୍ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଖବର ପାଇ ସେବାଶ୍ରମ କର୍ତ୍ତୃପକ୍ଷ ଓ ଛାତ୍ରମାନେ ଘଟଣା ସ୍ଥଳରେ ପହଞ୍ଚି ଅଶ୍ୱିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅଶ୍ୱିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।




Edited by k.s thakur...


Post a Comment

Previous Post Next Post