ଖରିଫ ଧାନ ଚାଷ ଆରମ୍ଭ ହେଲାଣି କେବେ ଉଠିବ ରବି ଧାନ?

ଖରିଫ ଧାନ ଚାଷ ଆରମ୍ଭ ହେଲାଣି କେବେ ଉଠିବ ରବି ଧାନ?


(ଏବେ ବି ଅନିଶ୍ଚିତତାରେ ବରଗଡ଼ ଜିଲ୍ଲା ର ଚାଷୀ,ଆଗକୁ ଆନ୍ଦୋଳନ ସମ୍ଭାବନା !)

ବରଗଡ଼,୦୩/୦୭ : ରବି ଧାନ ଚାଷ ସରି ଏବେ ଖରିଫ୍ ଧାନ ଚାଷ ଆରମ୍ଭ ହୋଇଯାଇଛି ହେଲେ ରବି ଚାଷର ଧାନ ସଂପୂର୍ଣ୍ଣ ବିକ୍ରି ହୋଇପାରି ନାହିଁ । ବରଗଡ଼ ଜିଲ୍ଲା ରେ ଗତ ଜୁନ୍‌ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। 

Ad..


ହେଲେ ଏବେ ମଧ୍ୟ ବରଗଡ଼ ଜିଲାର ଅନେକ ଧାନକ୍ରୟ କେନ୍ଦ୍ର ତଥା ମଣ୍ଡିରେ ବହୁସଂଖ୍ୟକ ଚାଷୀଙ୍କ ଧାନ ପଡ଼ି ରହିଛି।ଅନେକ ଚାଷୀ ଙ୍କ ପଡିଥିବା ଧାନ ଉଠିବା ପାଇଁ ପ୍ରକ୍ରିୟା ସରିଛି ହେଲେ ଧାନ ଉଠିପାରି ନାହିଁ। 

      Ad..


ବର୍ଷା ସମୟରେ ଧାନ ଗଜା ହୋଇଥିବା ର ମଧ୍ୟ ଅଭିଯୋଗ ହୋଇଛି ହେଲେ ପ୍ରଶାସନ କୈାଣସି ପଦକ୍ଷେପ ନେଇନଥିବାରୁ ଚାଷୀ ଗଜା ଧାନ ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଆନ୍ଦୋଳନ କରିଛି। ଜିଲ୍ଲାପାଳ ସମସ୍ତ ଧାନ ଉଠାଯିବ ବୋଲି କହିଥିଲେ ହେଲେ ଏବେ ବି ଉଠିପାରି ନାହିଁ ସମସ୍ତ ଧାନ ପୁଣି ଚାଷୀ ଆନ୍ଦୋଳନ ପାଇଁ ହେଉଥିବା ର ଜଣାପଡିଛି।

Ad..


ପ୍ରତିଶ୍ରୁତି ଅନୁସାରେ ବାକି ରହିଥିବା ଧାନ ଏବେବି ରହିଛି ହେଲେ ସେମାନଙ୍କ ଧାନ ମଣ୍ଡିରୁ ନିର୍ଦ୍ଧାରିତ ରାଇସ୍‌ ମିଲକୁ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। ଏଭଳି ସ୍ଥଳେ ସମ୍ପୃକ୍ତ ଚାଷୀମାନଙ୍କ ଆକାଉଣ୍ଟରେ ସେମାନଙ୍କ ବିକ୍ରିଧାନ ପ୍ରାପ୍ୟରାଶି ଜମା ହୋଇପାରି ନାହିଁ। 

ଅନ୍ୟପଟେ ଧାନବିକ୍ରି ହେବାର ୪୮ଘଣ୍ଟା ପରେ ବିକ୍ରିଧାନର ପ୍ରାପ୍ୟରାଶି ସମ୍ପୃକ୍ତ ଚାଷୀଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର ବୁଧବାର ସୁଦ୍ଧା ଜିଲାର ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜିଛି। 

ଫଳରେ ଚାଷୀମାନେ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରି ପାରି ନଥିବାବେଳେ ସେମାନଙ୍କ ଅନ୍ୟ ଆବଶ୍ୟକତାକୁ ମଧ୍ୟ ପୂରଣ କରି ପାରୁ ନାହିଁ। ଏଭଳି ସ୍ଥିତିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇ ଥିଲେ ସୁଦ୍ଧା ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। 

ଏହି କ୍ରମରେ ବୁଧବାର ଜିଲାର ଭେଡ଼େନ ବ୍ଲକ ସିଂହେନପାଲି ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଥିଲେ। ମଣ୍ଡିରେ ପଡ଼ିଥିବା ଧାନକୁ ତୁରନ୍ତ ଉଠାଇ ସେମାନଙ୍କୁ ଧାନବିକ୍ରି ପ୍ରାପ୍ୟରାଶି ତୁରନ୍ତ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଥିଲେ। 

ତେବେ ଆଲୋଚନାକାଳରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଗୁରୁବାର ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନ ଉଠାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ।

ସୂଚନା ଅନୁଯାୟୀ, ଗତ ମେ ମାସ ୧୪ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ଜିଲାର ଚାଷୀମାନଙ୍କୁ ଧାନ ସଂଗ୍ରହ ଆରମ୍ଭରୁ ଶେଷ ଯାଏ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। ଟୋକନ କଟକଣା ଯୋଗୁ ପ୍ରଥମରୁ ଚାଷୀଙ୍କୁ ଧାନବିକ୍ରି ବାଧକ ସାଜିଥିବାବେଳେ ପରବର୍ତ୍ତୀ ସମୟରେ ଅଦିନିଆଁ ବର୍ଷା କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ଯାଏ ପଡ଼ିଥିବା ଚାଷୀଙ୍କ ଧାନକୁ ନଷ୍ଟ କରି ଦେଇଥିଲେ। 

ସେହିପରି ଚିରାଚରିତ ଢଙ୍ଗରେ ମଣ୍ଡିରେ କଟନୀଛଟନୀ ଲାଗି ରହି ଥିବାବେଳେ ମିଲର୍ସଙ୍କୁ ନିୟମିତ ଟାର୍ଗେଟ୍‌(ଆଲଟମେଣ୍ଟ) ଅଭାବରୁ ଧାନ ଉଠାଣ ଶୀଥିଳ ହୋଇ ପଡ଼ିଥିଲା। ଏଭଳି ସମସ୍ୟା ଲାଗି ରହିଥିବା ବେଳେ ମୌସୁମୀ ସକ୍ରିୟ ହୋଇ ପଡ଼ିଥିଲା ଏବଂ ବର୍ଷାରେ ଧାନବିକ୍ରି ପାଇଁ ଚାଷୀଙ୍କୁ ଆହୁରି ହଇରାଣ ହରକତ ହେବାକୁ ପଡ଼ିଥିଲା। 

ଏପରିକି ଜିଲାର ବିଭିନ୍ନ ସ୍ଥାନରେ କ୍ଷେତ, ଖଳାଠୁ ମଣ୍ଡି ଯାଏ ଧାନଗଜା ହେବା ମଧ୍ୟ ପରିଲକ୍ଷିତ ହୋଇଥିଲା। ଏପରିକି ଚାଷୀମାନେ ଗଜାଧାନ ଧରି କ୍ଷତିପୂରଣ ପ୍ରଦାନ ତଥା ଧାନ ଉଠାଣ ଦାବି ନେଇ ନିୟମିତ ଜିଲା ଯୋଗାଣ ଅଧିକାରୀ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଁ ଧପଡ଼ ହୋଇଥିଲେ।

ଏହାସତ୍ତ୍ୱେ ଧାନ ଉଠାଣ ତ୍ୱରାନ୍ବିତ ହୋଇ ନଥିବାରୁ ଚାଷୀମାନେ ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ତେବେ ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ କିଣାଯିବ ବୋଲି ବିଭାଗୀୟ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଥମିଥିଲା।

ଏହି କ୍ରମରେ କାଗଜାତରେ ଗତ ୩୦ତାରିଖ ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନକୁ କ୍ରୟ କରାଯାଇଛି। କିନ୍ତୁ ସିଂହେନପାଲି, ତୁଲଣ୍ଡି, ରେଶମ, ସତଲମା ଭଳି ଅନେକ ମଣ୍ଡିରେ ପଡ଼ିଥିବା ବହୁ ପରିମାଣର ଧାନକୁ ଉଠାଯାଇ ନାହିଁ। ଫଳରେ ସମ୍ପୃକ୍ତ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ବିକ୍ରିଧାନର ପ୍ରାପ୍ୟରାଶି ଏବେ ସୁଦ୍ଧା ଅପହଞ୍ଚ ହୋଇ ପଡ଼ିଛି। 

ଏଭଳି ସ୍ଥିତିରେ ଚାଷୀମାନେ ବର୍ତ୍ତମାନ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି ଏବଂ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଚାଷୀ ଙ୍କ ସୂଚନା ଅନୁଯାୟୀ ସିଂହେନପାଲିର ଚାଷୀ ନରେନ୍ଦ୍ର ଭୋଇ ଙ୍କ ଧାନକ୍ରୟ ସଂସ୍ଥା ଚାଷୀମାନଙ୍କ ଚକ୍ଷୁସ୍କାନ କରି ଦେଇଛି। କିନ୍ତୁ ଏ ଯାଏ ମଣ୍ଡିରେ ଧାନ ପଡ଼ି ରହିଛି ଏବଂ ସମ୍ପୃକ୍ତ ଚାଷୀଙ୍କ ଆକାଉଣ୍ଟରେ ବିକ୍ରିଧାନର ପ୍ରାପ୍ୟରାଶି ଜମା ହୋଇ ନାହିଁ। 

ଅପରପକ୍ଷେ ଖରିଫ ଚାଷକାର୍ଯ୍ୟ ସମୟ ଗଡ଼ି ଚାଲିଛି। ଧାନବିକ୍ରି ଏବଂ ବିକ୍ରିଧାନର ପ୍ରାପ୍ୟରାଶି ପାଇବା ପାଇଁ ଆମେ ବାରମ୍ବାର ଏଭଳି ଦୌଡ଼ିବାରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରିପାରୁ ନାହୁଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏପଟେ ବରଗଡ଼ ଜିଲ୍ଲା ର ଚାଷୀ ସଂଗଠନ ବଡ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। 

ସଂଗଠନ ଆଜି ଚଳିତ ରବି ଋତୁ ଚାଷ ଶେଷ ହୋଇ ନୂତନ ଖରିଫ ଚାଷ ଆରମ୍ଭ ହେଲାଣି ହେଲେ ଧାନ ବିକ୍ରି ର ସମାଧାନ ହୋଇପାରିନାହିଁ ବୋଲି ଆଜି ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲାପାଳ ଆଦିତ୍ୟ ଗୋୟଲକୁ ଭେଟି ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ର ରେ ଉଲ୍ଲେଖ କରି ଚେତାବନୀ ଦିଆଯାଇଛି ଯେ ଧାନ ବିକ୍ରି, ନକଲି ଟୋକନ, ବର୍ଷା ଜନିତ କ୍ଷତିପୂରଣ ଇନପୁଟ ଏବଂ ଫସଲବୀମା ପ୍ରସଙ୍ଗ ସମସ୍ୟା ର ସମାଧାନ ଶୀଘ୍ର କରିବା ପାଇଁ ଜଣାଇଛନ୍ତି। 

ଏଠାରେ ପ୍ରକାଶ ଥାଉକି ବର୍ଷା ଜନିତ କ୍ଷତିପୂରଣ ବାବଦ ରେ ଭେଡେନ ୨୫୮୪,ଅତାବିରା ୮୫୭ ବରଗଡ଼ ୫୬୯,ଝାରବନ୍ଧ ୨୯୩,ଭଟଲି ୨୫୭,ସୋହେଲା ୧୪ ଏବଂ ପାଇକମାଳ ୧.୫ ହେକ୍ଟର ଜମି କ୍ଷତି ବାବଦ କୁ ୭ କୋଟି ୫୫ଲକ୍ଷ ୪୪ ହଜାର ୮୫୫ ଟଙ୍କା ରାଜ୍ୟ ସରକାର ପ୍ରଥମ ଥର ଋତୁ ଚାଲିଥିବା ବେଳେ କ୍ଷୟକ୍ଷତି ଆକଳନ କରି ଇନପୁଟ ସବସିଟି ପ୍ରଦାନ କରିଛନ୍ତି। 

ତରବରିଆ ଭାବେ ନିଷ୍ପତ୍ତି ନେଇଥିବାରୁ ଅନେକ ବ୍ଲକ ର କ୍ଷତିଗ୍ରସ୍ତ ଚଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ଅଛନ୍ତି। ସେମାନଙ୍କୁ ପୁନର୍ବିଚାର କରି କ୍ଷତିପୂରଣ ଦିଆଯାଉ। ସେହିପରି ପେଟା କୁହା ଫସଲବୀମା ୧୦ ଦିନ ମଧ୍ୟରେ ଆକଳନ କରି ୧୫ ଦିନ ମଧ୍ୟରେ କ୍ଷତିପୂରଣ ଦେବାର ଵିଧି ଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ। 

କେତେ ଚାଷୀଙ୍କ କେତେ ପରିମାଣ କ୍ଷତି ହୋଇଅଛି ତୁରନ୍ତ ପ୍ରକାଶ କରାଯାଇ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ। ଧାନ ବିକ୍ରୀର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତା କୁ ଟଙ୍କା ଆସିଥାଏ ହେଲେ ୩ ଦିନ ରୁ ଉର୍ଦ୍ଧ୍ୱ ହେବ ଧାନ କିଣା ସାରିଥିଲେ ମଧ୍ୟ ୪/୫ ହଜାର ଚାଷୀ ଙ୍କ ଆକାଉଣ୍ଟ କୁ ଟଙ୍କା ଆସିନାହିଁ ଏବଂ ବିଭିନ୍ନ ମଣ୍ଡିରେ ଅସୁରକ୍ଷିତ ଭାବେ ଲକ୍ଷ ଲକ୍ଷ କ୍ୟୁଣ୍ଟାଲ ଧାନ ପଡ଼ିଅଛି ଏଣୁ  ଚାଷୀ ଧାନର ବିକ୍ରି ମୂଲ୍ୟ ପାଇଲେ ଆବଶ୍ୟକତା ମେଣ୍ଟାଇବା ସହିତ ନୂତନ ଚାଷ କରିପାରିବେ। 

ସତଲମା, ସରସରା, ଘେଁସ, ଅଡଗାଁ, ପାହାଡଶ୍ରୀଗୀଡା ଏବଂ ପାଣିମୋରା ସୋସାଇଟି ମାନଙ୍କରେ ନକଲି ଧାନ କାର୍ଡ ତିଆରି କରି ଛତିଶଗଡ଼ ର ଧାନ ବିକ୍ରି ହୋଇଥିବା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା ହେଲେ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ତୁରନ୍ତ ଏହାର ବିହିତ ପଦକ୍ଷେପ ନେଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ କରାଯାଇଛି। 

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କୃଷକାଭିମୁଖୀ ଉଦେଶ୍ୟ ରେ ସରକାର ନିଜେ ବା ସରକାରୀ ସଂସ୍ଥା ଦ୍ୱାରା ପରିଚାଳନା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କୁ ଅନୁରୋଧ କରିଛନ୍ତି। ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ସମେତ ତପନ ମିଶ୍ର, କାରଣ ସାହୁ, ପ୍ରଶାନ୍ତ ସାହୁ, ଏକାଦସିଆ ସାହୁ, ଲୋକନାଥ ଦାସ, ବୃନ୍ଦାବନ ସାହୁ, ଭିଜନ ପାଢ଼ୀ ଏବଂ ସୁରେଶ ନିକଟାନୀ ପ୍ରମୁଖ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post